କୁକୁର ମୁହଁକୁ ବିଲେଇକୁ ମରିବାକୁ ଫୋପାଡିଦେଇଥିଲେ ବ୍ୟକ୍ତି, ଏବେ ପୋଲିସ ହାତରେ ହେଲେ ଗିରଫ

ଭୁବନେଶ୍ୱର (କେନ୍ୟୁଜ) : କୁକୁର ମୁହଁକୁ ବିଲେଇ ଫୋପାଡିବା ଘଟଣାରେ ଅଭିଯୁକ୍ତ ଗିରଫ। ମୂରଲି ଧର ବେହେରାଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ। ଗତ ୧୩ ତାରିଖରେ ଭିଡିଓଟି ସୋସିଆଲ ମିଡିଆରେ ବାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭୁବନେଶ୍ୱର ପ୍ରଶାନ୍ତ ବିହାର ଅଂଚଳରେ ଏକ ବିଲେଇଟି ମୂରଲୀଧର ବେହେରାଙ୍କ ଘର ଭିତରେ ପଶିଯାଇଥିଲା।

malika1ତାଙ୍କ ରାଗ ଏତେ ବଢିଯାଇଥିଲା ଯେ, ବିଲେଇକୁ ଅମାନୁଷିକ ଭାବେ ପିଟିବା ସହ ମାରିବା ପାଇଁ ଜୀଅନ୍ତା ଅବସ୍ଥାରେ କୁକୁରଙ୍କ ମୁହଁକୁ ଫିଙ୍ଗି ଦେଇଥିଲେ। ଏହା ପରେ ମାଆ ବିଲେଇ ସାମ୍ନାରେ ଛୁଆ ବିଲେଇଟିକୁ ଝୁଣି ଖାଇଗଲେ ତିନି କୁକୁର । ଏ ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.