ଦୁଇ ବର୍ଷ ତଳେ ସ୍ୱାମୀକୁ ଛାଡି ଚାଲି ଯାଇଥିଲା ସ୍ତ୍ରୀ, ଏବେ ଫେରିଲା ତ ସ୍ୱାମୀକୁ ଆକ୍ରମଣ କଲା ପ୍ରେମିକ

ଦୁଇବର୍ଷ ଧରି ସ୍ୱାମୀ ଦୈତାରୀକୁ ଛାଡି ପ୍ରେମିକ ଘରେ ରହୁଥିଲା ପ୍ରେମ ପାଗେଳୀ ସ୍ତ୍ରୀ । ବେଶ୍‌ କିଛି ଦିନ ଭାରି ଭଲ ଲାଗିଲା ପ୍ରେମିକର ମିଠା ପ୍ରେମ । ଦୁଇ ବର୍ଷ ଧରି ଗଡି ଚାଲିଲା ପ୍ରେମର ଗାଡି ।

ଆନନ୍ଦପୁର (କେନ୍ୟୁଜ) : ସ୍ୱାମୀ ଆଉ ପସନ୍ଦ ଆସିଲାନି । ଭଲ ଲାଗିଲା ପ୍ରେମିକର ମିଠା ମିଠା ପ୍ରେମ । ପ୍ରେମିକ ପାଗଳ ନାୟକକୁ ବି ଭାରି ବାସୁଥିଲା ଭାଉଜର ପ୍ରେମ । ପାଗଳ ପ୍ରେମିକ ନିଜ ପ୍ରେମରେ ଏକଦମ ପାଗେଳୀ କରିଦେଇଥିଲା ଦୈତାରୀ ନାୟକର ସ୍ତ୍ରୀକୁ । ସେଥିପାଇଁ ତ ଦୁଇବର୍ଷ ଧରି ସ୍ୱାମୀ ଦୈତାରୀକୁ ଛାଡି ପ୍ରେମିକ ଘରେ ରହୁଥିଲା ପ୍ରେମ ପାଗେଳୀ ସ୍ତ୍ରୀ । ବେଶ୍‌ କିଛି ଦିନ ଭାରି ଭଲ ଲାଗିଲା ପ୍ରେମିକର ମିଠା ପ୍ରେମ । ଦୁଇ ବର୍ଷ ଧରି ଗଡି ଚାଲିଲା ପ୍ରେମର ଗାଡି ।

ଏହି ସମୟରେ ସ୍ତ୍ରୀକୁ ନା ସ୍ୱାମୀ ଦେଖାଗଲା, ନା ସ୍ୱାମୀର ଘର ପରିବାର । ଖାଲି ମନେ ପଡୁଥିଲା ତ ପ୍ରେମିକର ପ୍ରେମ ପ୍ରେମ ପ୍ରେମ । ପ୍ରେମରେ ଏକଦମ୍‌ ଉବୁଟୁବୁ ହେଉଥିବା ସ୍ତ୍ରୀର ଆଦୌ ମନେ ପଡୁନଥିଲା ସ୍ୱାମୀ କଥା । ସ୍ୱାମୀ ଖାଇଲା ନା ଶୋଇଲା, ସ୍ୱାମୀ କେମିତି ଅଛି କିଛି ମନେ ପଡିଲାନି ଦୁଇ ବର୍ଷ । କିନ୍ତୁ ସ୍ୱାମୀ କଥା ସେତେବେଳେ ମନେ ପଡିଲା ଯେତେବେଳେ ପ୍ରେମିକର ମିଠା ପ୍ରେମ ଦେବା ସରିଗଲା । ପ୍ରେମିକକୁ ଆଉ ଭଲ ଲାଗିଲାନି ଭାଉଜ ପ୍ରେମ । ପ୍ରେମ ଦେବା ବଦଳରେ ବହେ ଛେଚିଲା ପ୍ରେମିକ । କଥାରେ କଥାରେ ପ୍ରେମିକ ଧରିକି ଛେଚୁଥିଲା ।

ପ୍ରେମିକର ନିର୍ଯ୍ୟାତନା ଯେତେବେଳେ ଅସହ୍ୟ ହେଲା ସେତେବେଳେ ସ୍ତ୍ରୀ ଫେରିଲା ଦୁଇ ବର୍ଷ ତଳେ ଛାଡି ଚାଲିଯାଇଥିବା ସ୍ୱାମୀ ପାଖକୁ । ପ୍ରେମିକର ମାଡକୁ ସହିନପାରି ସ୍ବାମୀ ପାଖକୁ ଫେରି ଆସିଲା । ବାସ୍‌ ତାପରେ ପ୍ରତିହିଂସା ପରାୟଣ ହୋଇ ଉଠିଲା ପ୍ରେମିକ । ରାଗ ଉଠିଗଲା ପଞ୍ଚମକୁ । ରାଗରେ ମାରଣାସ୍ତ୍ରରେ ସ୍ବାମୀକୁ ଆକ୍ରମଣ କଲା ପ୍ରେମିକ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ମାଙ୍କଡକେନ୍ଧା ଗାଁରେ। ଗତକାଲି ବିଳମ୍ବିତ ରାତିରେ ସ୍ବାମୀ ଦୈତାରୀ ନାୟକ ଘରେ ଥିବା ସମୟରେ ପ୍ରେମିକ ପାଗଳ ନାୟକ ହଠାତ୍ ଏକ ଟାଙ୍ଗିଆ ଧରି ଆକ୍ରମଣ କରିଥିଲା। ରାମଚନ୍ଦ୍ରପୁର ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like