ପୂର୍ବ ଶତ୍ରୁତା କୁନେଇ ପଡୋଶୀକୁ ହାଣି ହତ୍ୟା, ଅଭିଯୁକ୍ତ ଅଟକ

ବଣାଇ : ଗତକାଲି ରାତି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ସାନଜଲ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡୋଶୀର ଟାଙ୍ଗିଆ ଚୋଟରେ ଯାଇଛି ଜଣଙ୍କର ଜୀବନ l ସାନଜଲ ଗ୍ରାମର ଦୋଳ ଦେହୁରୀ ଓ ପଡୋଶୀ ଶୁକ ଦେହୁରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିଥିଲା l ଗତ ରାତି ଏହା ଉଗ୍ର ରୂପ ନେବା ପରିଣାମ ସ୍ୱରୂପ ଶୁକ ଦେହୁରୀ ଏକ ଟାଙ୍ଗିଆରେ ଦୋଳ ଦେହୁରୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା l ଘଟଣା ଜଣାପଡିବା ପରେ ଗ୍ରାମବାସୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶୁକକୁ ଅଟକ ରଖି ପୋଲିସକୁ ଖବର ଦେଇଛନ୍ତି I ମହୁଲପଦା ପୋଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l