ଗାଁ ମଝିରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ବାପା ମୃତ, ପୁଅ ଗୁରୁତର

ନୟାଗଡ : ନୟାଗଡ ଜିଲ୍ଲା ବୋଲଗଡ଼ ଝାନ୍ସୀ ପାଟଣାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗାଁ ମଝିରେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ପୁଅ ଗୁରୁତର ହୋଇଛନ୍ତି । ମୃତକ ସେହି ଗାଁର ପ୍ରତାପ ସେଠି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ହତ୍ୟା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଛି । ପୋଲିସ ତଦନ୍ତ ଜାରି ରହିଛି ।