ପୂର୍ବ ଶତ୍ରୁତାର କରୁଣ ପରିଣତି, ସମୁଦୀର ଟାଙ୍ଗିଆ ଚୋଟରେ ସମୁଦି ମୃତ

ରେଢାଖୋଲ : ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଳ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସମୁଦୀର ଟାଙ୍ଗିଆ ଚୋଟରେ ସମୁଦୀର ଜୀବନ ଯାଇଛି । ଆଜି ମଧ୍ୟାହ୍ନ ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ସମୁଦୀ ତାର ସମୁଦୀକୁ ଟାଙ୍ଗିଆରେ ହାଣି ଅଭାବନୀୟ ଭାବରେ ହତ୍ୟା କରିଛି ।

ସମୁଦୀର ଟାଙ୍ଗିଆ ଚୋଟରେ ଘଟଣା ସମୁଦୀର ମୃତ୍ୟୁ ହୋଇଛି। ମୃତ ସମୁଦୀ ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା ଅନ୍ତର୍ଗତ ଗଞ୍ଜାବାହାଳ ଗ୍ରାମର ମୁରଲୀ ଧଳ (୫୬) । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ଝିଅର ବାପା ତଥା ସମୁଦୀକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖି ଥିବା ଜଣାଯାଇଛି । କିଛି ବର୍ଷ ପୂର୍ବେ ଉଭୟ ପୁଅ ଏବଂ ଝିଅ ଘରୁ ଲୁଚି ବିବାହ କରିଥିବାରୁ ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା ଯାହା କାରଣରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି  ।