ଗୁଣିଗାରେଡ଼ି ସନ୍ଦେହରେ କଙ୍ଗାରୁ କୋର୍ଟରେ ନିର୍ଧୁମ ମାଡ଼, ୮ ଜଣଙ୍କୁ କୋର୍ଟ ଚାଲାଣ

ଏବେବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଆଜିର ଦୁନିଆରେ ଟେକ୍ନୋଲୋଜି ଏତେ ଆଗେଇ ଥିବା ବେଳେ ଲୋକଙ୍କ ମନରୁ ପାସୋରି ପାରୁନି ଅନ୍ଧବିଶ୍ୱାସ ଭଳି ନିମ୍ନ ମାନସିକତା । ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କୁ ଜୀବନରୁ ମାରିବେଦବାକୁ ଉଦ୍ୟମ କରାଯାଇଛି । କିଛି ଦିନ ତଳେ ଏହି ବ୍ୟକ୍ତି ଜଣକ କୁଆଡ଼େ ଗୁଣି ଗାରେଡ଼ି କରୁଥିବା ଲୋକଙ୍କ ସ୍ୱପ୍ନରେ ଆସିଥିଲା । ଯାହାକୁ ନେଇ ଗ୍ରାମବାସୀମାନେ କଙ୍ଗାରୁ କୋର୍ଟ କରିଥିଲେ । ଆଉ ଅଭିଯୋଗକାରୀ ଚେନେସାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ ।

ଏବେବି ବଞ୍ଚି ରହିଛି ଅନ୍ଧବିଶ୍ୱାସ । ଆଜିର ଦୁନିଆରେ ଟେକ୍ନୋଲୋଜି ଏତେ ଆଗେଇ ଥିବା ବେଳେ ଲୋକଙ୍କ ମନରୁ ପାସୋରି ପାରୁନି ଅନ୍ଧବିଶ୍ୱାସ ଭଳି ନିମ୍ନ ମାନସିକତା । ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କୁ ଜୀବନରୁ ମାରିବେଦବାକୁ ଉଦ୍ୟମ କରାଯାଇଛି । ଏହି ଘଟଣାରେ ଜଣେ କି ଦୁଇଜଣ ସମ୍ପୃକ୍ତ ନଥିଲେ ପୁରା ଗ୍ରାମବାସୀ ଏଭଳି କାଣ୍ଡ ଭିଆଇଛନ୍ତି । ଏଇ ଦେଖୁନାହାଁନ୍ତି କିଭଳି ଗୋଟି ଗୋଟି କରି ବ୍ୟକ୍ତି ଜଣକ ତାଙ୍କ ଦେହରେ ହୋଇଥିବା ଦାଗକୁ ଦେଖାଉଛନ୍ତି । ବେକରେ ଆଘାତର ଦାଗ ରହିଛି ତ ପିଠିରେ ଦାଗ । ଶରୀରରେ ପ୍ରତିଟି ଅଙ୍ଗରେ ଆକ୍ରମଣର ଦାଗ ରହିଛି ।

ତେବେ କୁହାଯାଉଛି, ଯେ କିଛି ଦିନ ତଳେ ଏହି ବ୍ୟକ୍ତି ଜଣକ କୁଆଡ଼େ ଗୁଣି ଗାରେଡ଼ି କରୁଥିବା ଲୋକଙ୍କ ସ୍ୱପ୍ନରେ ଆସିଥିଲା । ଯାହାକୁ ନେଇ ଗ୍ରାମବାସୀମାନେ କଙ୍ଗାରୁ କୋର୍ଟ କରିଥିଲେ । ଆଉ ଅଭିଯୋଗକାରୀ ଚେନେସାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ । ତେବେ ଗାଁର କେଉଁ ଳୋକଙ୍କ ସ୍ୱପ୍ନରେ ଏଭଳି କଥା ଆସିଥିଲା କି ଗାଁର ସମସ୍ତ ଲୋକଙ୍କ ସ୍ୱପ୍ନରେ ଯେ ଅଭିଯୋଗକାରୀ ଚେନସା ମାଡି ଗୁଣିଗାରେଡ଼ି କରୁଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ । କିନ୍ତୁ ଏହି ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାର ଧମକ ସହ କଙ୍ଗାରୁ କୋର୍ଟରେ ନିର୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି l ଏପରିକି ଜୀବନରୁ ମାରିଦେଉଥିବା ବୟାନ ସାମ୍ନାକୁ ଆସିଛି l ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କାଲଦାପାଲି ପଞ୍ଚାୟତର ତାଙ୍ଗୁଡ଼କୋଣ୍ଡା ଗାଁରେ ଦେଖିବାକୁ ମିଳିଛି ।

କଙ୍ଗାରୁ କୋର୍ଟରେ ଜୀବନରୁ ମାରିବା ପାଇଁ ଉଦ୍ୟମ କରି ସାରିବା ପରେ ନଦୀ କୂଳକୁ ନେଇ ନିର୍ଧୁମ ଛେଚିଥିଲେ । ପରେ ଘରେ ଆଣି ଫିଙ୍ଗି ଦେଇଥିଲେ ଗ୍ରାମବାସୀ l ଖାଲି ଏତିକି ନୁହେଁ ମେଡିକାଲକୁ ନେବାକୁ ବାରଣ କରିଥିଲେ । ଯଦି କିଏ ମେଡିକାଲକୁ ନେଲେ କିମ୍ବା କୌଣସି ଥାନାରେ ଅଭିଯୋଗ କଲେ ପୁରା ପରିବାରକୁ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ଗ୍ରାମବାସୀ l

ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରାଯାଇଛି l ଏହି ଘଟଣାକୁ ନେଇ SDPO ସଚିନ ପଟେଲ ଗାଁର ସମସ୍ତ ଲୋକ ଓ ସରପଞ୍ଚଙ୍କୁ ଡାକି ବୁଝାସୁଝା କରିବା ସହ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ତେବେ ଦର୍ଶକବନ୍ଧୁ ଆମେ କୌଣସି ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦେଉନାହୁଁ । ବାସ୍ତବିକ୍‌ ଏହି କଥାରେ କିଛି ସତ୍ୟତା ଅଛି ନାଁ ସ୍ୱପ୍ନ ଆସୁଛି ବୋଲି ଲୋକଙ୍କର ମନର ଭ୍ରମ କିମ୍ବା ପରିକଳ୍ପିତ କାହାଣୀ । କିନ୍ତୁ ପାରିପାର୍ଶ୍ୱିକ ଘଟଣାକୁ ଦେଖିଲେ ଲାଗୁଛି ଜଣଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ କରିବା ଆଦୌ ଉଚିତ୍‌ କଥା ନୁହେଁ । ଏଠି ଆମେ କହିବୁ ଯେ, ଏଭଳି ମାନସିକତାରୁ ଦୂରରେ ରହିବା ଉଚିତ୍‌ ଏହାସହ ମାନସିକତାରେ ପରିବର୍ତ୍ତନ ଆଣିବା ନିହାତି ଦରକାର । କାରଣ ଏସବୁ କରିବା ଦ୍ୱାରା ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନ ଦେବା ।

You might also like