ରାଜ୍ୟ

ମଦ ପିଉଥିଲେ ବୋଲି ନିଶାନିବାରଣ କେନ୍ଦ୍ର ଛାଡିଥିଲି, ହେଲେ ମୋ ସ୍ୱାମୀଙ୍କୁ ମାରିଦେଲେ

ଭୁବନେଶ୍ୱର(କେନ୍ୟୁଜ୍) : କ୍ୟାପିଟାଲ ହସ୍ପିଟାଲ ଶବ ବ୍ୟବଚ୍ଛେଦ ଗୃହ ପରିସର ।  ଯେଉଁଠି ଜମିଥିଲା ଉତ୍ତେଜନା ସହ ପ୍ରବଳ ଲୋକ ଗହଳି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଆମକୁ ନ୍ୟାୟ ଦରକାର। ସେହି ହୋହାଲ୍ଲା ଭିତରେ ଜଣେ ମହିଳା କଇଁ କଇଁ ହୋଇ କାନ୍ଦୁ ଥାଆନ୍ତି । କିଛି ମହିଳା ଏବଂ ପୁରୁଷ ତାଙ୍କ ଚାରି ପାଖରେ ଘେରି ହୋଇ ରହିଥାନ୍ତି । ଠାଏ ଠାଏ କିଛି ଲୋକ ରୁଣ୍ଡ ହୋଇ କଥା ହେଉଥାନ୍ତି । କିଛି ସମୟ ପରେ ଶବ ସଂରକ୍ଷଣ ଗୃହ ଖୋଲା ହେଲା । ତା ଭିତରେ ଜଣେ ବ୍ୟକ୍ତିଙ୍କ ଶବ ଘୋଡେଇ ହୋଇ ରହିଥାଏ । ସମସ୍ତେ ଦୌଡ଼ି ଗଲେ ଦେଖିବା ପାଇଁ । କାନ୍ଦ ବୋବାଳିରେ ଫାଟି ପୁଡୁଥିଲା ସାରା ପରିବେଶ ପଡିଲା। କିଏ କହୁଥାଏ ମାରିଦେଲେ। କିଏ କହୁଥାଏ ଏମିତି କାହିଁକି କଲେ । କିଏ କହୁଥାଏ ମୋ ଭଉଣୀର ସଂସାର ଉଜୁଡି ଗଲା । ଛୋଟ ଛୋଟ ଛୁଆଙ୍କୁ କେମିତି ପାଳିବ । ଜଣେ ବୋଲି ରୋଜଗାରିଆ ଲୋକ ଚାଲିଗଲା । ଏବେ ଆମେ ବଂଚିବୁ କେମିତି । କିଏ ସଂସାର ଚଳେଇବ ।

ତେବେ ଘଟଣା ବିଷୟରେ ମହିଳାଙ୍କୁ ଯେତେବେଳେ ପଚରା ହେଲା ଯାହା ଜଣାପଡିଲା କି, ମୃତକ ଜଣକ ହେଉଛନ୍ତି ତାଙ୍କ ସ୍ୱାମୀ । ଯାହାଙ୍କ ନାମ ଛବି ନାୟକ। କାନ୍ଦୁଥିବା ଏହି ମହିଳା ଜଣଙ୍କ ଝୁନା ନାୟକ । ଛବି ନାୟକ ଓ ଝୁନା ନାୟକଙ୍କ ଗୋଟିଏ ପୁଅ ଗୋଟିଏ ଝିଅ । ସେମାନେ ବାପୁଜୀ ନଗର ନିକଟ ଝରଣା ବସ୍ତିରେ ରୁହନ୍ତି । ସ୍ୱାମୀ ଛବି ନାୟକ ସବୁବେଳେ ମଦ ପିଉଥିଲେ । ତେଣୁ ତାଙ୍କୁ ମଦ ଛଡ଼ାଇବା ପାଇଁ ତିନି ମାସ ତଳେ ଧଉଳି ନିକଟରେ ଥିବା ଏକ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ। ନିଶା ଛାଡି ପରିବର୍ତ୍ତନ ହୋଇ ଭଲ ହେବା ପାଇଁ । ମଝିରେ ମଝିରେ ସ୍ୱାମୀଙ୍କ ଭଲ ମନ୍ଦ ବୁଝିବାକୁ ଫୋନ ମଧ୍ୟ କରନ୍ତି । ହେଲେ ଦେଖା କରାଇ ଦିଅନ୍ତିନି ।

ତେବେ ଏଥିପାଇଁ ତାଙ୍କୁ ହଜାର ହଜାର ଟଙ୍କା ମଧ୍ୟ ପଇଠ କରିବାକୁ ପଡିଛି ଏହି ନିଶନିବାରଣ କେନ୍ଦ୍ରକୁ । କିନ୍ତୁ ଘଟଣା ଦିନ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ପ୍ରାୟ ମଧ୍ୟ ରାତିରେ ଫୋନ କରି ଛବିଙ୍କ ପରିବାର ଲୋକଙ୍କୁ କହିଥିଲେ କି ଛବିଙ୍କର ଶରୀର ଅସୁସ୍ଥ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲ ନେଇଯାଉଛୁ । ଏକଥା ଶୁଣି ସ୍ତ୍ରୀ ଝୁନା ତୁରନ୍ତ ସେହି ହସ୍ପିଟାଲକୁ ବହାରିଥିଲେ । ହେଲେ ପୁଣି ତାଙ୍କ ନିକଟକୁ ଫୋନ୍ ଆସିଲା କି ସେମାନେ ଛବିଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଛନ୍ତି । ତେଣୁ ଝୁନା ଯାଇ ପହଁଚିଥିଲେ କ୍ୟାପିଟାଲ ହସ୍ପିଟାଲରେ ହେଲେ ସେତେବେଳକୁ ସବୁ କିଛି ସରିସାରିଥିଲା ।

ଏପଟେ ଛବିଙ୍କ ଅସୁସ୍ଥ ସମୟର ଭିଡିଓ ମଧ୍ୟ ଉପଲବ୍ଧ ଅଛି। ତେବେ ଛବି ନାୟକଙ୍କ ସ୍ତ୍ରୀଙ୍କ କହିବା କଥା କି ସ୍ୱାମୀଙ୍କୁ ଭଲ କରିବା ପାଇଁ ଛଡା ହୋଇଥିଲା ନିଶା ନିବାରଣ କେନ୍ଦ୍ରକୁ । କିନ୍ତୁ ଭଲ ହେବା ପରିବର୍ତ୍ତେ ଶବ ହୋଇ ଫେରିଲେ ସ୍ୱାମୀ । ଏପଟେ ଛବିଙ୍କ ପୁତୁରା ମଧ୍ୟ କହିଛନ୍ତି କି ନିଶା ନିବାରଣ କେନ୍ଦ୍ରରେ ବାଡିଆ ପିଟା କରନ୍ତି । ତେଣୁ ବାଡେଇ ବାଡେଇ ଛବି ନାୟକଙ୍କୁ ମାରି ଦେଇଛି । ଯାହାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ଅଭିଯୋଗକୁ ଆଧାର କରି ଉକ୍ତ ନିଶନିବାରଣ କେନ୍ଦ୍ରର ମାଲିକଙ୍କ ନାଁରେ ରୁଜ୍ଜୁ ହୋଇଛି ବୋଲି କହିଛନ୍ତି ଏ ସି ପି।

ପୋଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ ଆରମ୍ଭ କରିଛି। ମୃତକ ଛବି ନାୟକ ସ୍ତ୍ରୀ କହିଛନ୍ତି ତାଙ୍କୁ ଯଦି ନ୍ୟାୟ ନମିଳେ ତେବେ ଉଚ୍ଚ ନୟାଳୟର ଆଶ୍ରୟ ନେବେ । କାହିଁକି ନା ତାଙ୍କ ଯେଉଁ ଛୋଟ ଛୁଆ ଅଛି ତାର ଭରଣ ପୋଷଣ ଦାୟିତ୍ୱ ନେବ କିଏ ? ପରିବାରର ଏକ ମାତ୍ର ରୋଜଗାରିଆ ଥିଲେ ସ୍ୱାମୀ । ପରିବାର ମୁହଁରେ ଦାନା ଯୋଗାଉଥିଲେ । ସ୍ୱାମୀଙ୍କୁ ଭଲ ବାଟକୁ ଆଣିବାକୁ ସେ ଯଥା ସମ୍ଭବ ଚେଷ୍ଟା କରୁଥିଲେ । ହେଲେ ସେ ଚାଲି ଗଲା ପରେ ପରିବାର ଏବେ ନିଃସହାୟ । ଏବେ ମୃତକ ଛବି ନାୟକଙ୍କ ସ୍ତ୍ରୀ ଝୁନା ନାୟକଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ହିଁ ଦେଖିବା ବାକି ରହିଲା ।

 

Sonalisa

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

13 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

24 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

35 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

2 hours ago