ସୋର କରଞ୍ଜାବଣିଆ ଗାଁରେ ଦୁଷ୍କର୍ମକାରୀକୁ ପିଟି ପିଟି ହତ୍ୟା କଲେ ଉତ୍ଯକ୍ତ ଲୋକେ

ସୋର : ଦୁଷ୍କର୍ମକାରୀକୁ ପିଟି ପିଟି ହତ୍ୟା କଲେ ଗାଁ ଲୋକେ। ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତର କରଞ୍ଜାବଣିଆ ଗାଁରେ ଏ ଘଟଣା ଘଟିଛି। ଦୁଷ୍କର୍ମ କରିଥିବା ଯୁବକର ନାଁ ବସନ୍ତ ସିଂହ। ଜଙ୍ଗଲକୁ ପତ୍ର ଗୋଟେଇବାକୁ ଯାଇଥିବା ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲା ବସନ୍ତ ସିଂହ।

ଖବର ପାଇ ଗାଁ ଲୋକେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହାସହ ଉତ୍ୟକ୍ତ ଲୋକେ ବସନ୍ତକୁ ଉଲଗ୍ନ କରି ପିଟି ପିଟି ମାରିଦେଲେ। ମହିଳାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି।

Leave A Reply

Your email address will not be published.