ମୃତ୍ୟୁ ମୁଖରୁ ବଞ୍ଚିଲେ ଯୁବକ, ଉଛୁଳା ନଦୀରେ ଭାସିଯାଉଥିବା ବେଳେ ଉଦ୍ଧାର କଲେ ଲୋକେ

ଉଦଳା : ଭରା ଉଛୁଳା ନଦୀରେ ଭାସିଗଲେ ଯୁବକ । ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ମାନେ ଯୁବକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳର ଭିଜୁଆଲ କ୍ୟାମେରାରେ କଏଦ ହୋଇଛି । ଯୁବକଙ୍କ ଘର ଜାମୁଘାଟ ଗାଁରେ ବୋଲି ଜଣା ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା କଇଁସାରି ଜାମୁଘାଟ ପୋଲ ନିକଟରେ ।
ସୂଚନା ଅନୁସାରେ ଶିମିଳିପାଳ ଉପର ମୁଣ୍ଡରେ ଗତ ରାତିରେ ପ୍ରବଳ ବର୍ଷା ଯୋଗୁ ଦେଓ ନଦୀରେ ବଢିଛି ଜଳସ୍ତର । ଉଦଳା ବ୍ଲକ କଇଁସାରୀ ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଉଦଳା – ବାଲେଶ୍ୱର ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ତେବେ ଏହି ସମୟରେ ଜଣେ ଯୁବକ ଏହି ଉଛୁଳା ନଦୀରେ ଭାସି ଭାସି ଆସିଥିବା ବେଳେ ଜାମୁଘାଟ ପୋଲ ଉପର ଦେଇ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖିଥିଲେ । ବୁଡିଯାଉଥିବା ଯୁବକଙ୍କୁ ଦେଖି ନଦୀ ଭିତରେ ଥିବା ଦୁଇ ଜଣ ସ୍ଥାନୀୟ ଯୁବକ ତାଙ୍କୁଉଦ୍ଧାର କରିଥିଲେ ।