ନୟାଗଡ: ଏଇ ପେଟ ଚାଖଣ୍ଡକ ପାଇ ଏତେ ନାଟ। ସଂସାରରେ ବଞ୍ଚିରହିବା ପାଇଁ ସମସ୍ତଙ୍କୁ ଖାଦ୍ୟ ଦରକାର ଦିନକୁ ଦୁଇ ଓଳି ଖାଇବା ପାଇଁ ଲୋକ ଏଭଳି ନିଜ ଜୀବନକୁ ବି ବାଜିରେ ଲଗାଇ ଦେଉଛନ୍ତି ତାହା ନିଜ ଆଖିରେ ନ ଦେଖିଲେ ବିଶ୍ବାସ କରିପାରିବେନି । ଦିନକୁ ଦୁଇ ମୁଠା ପେଟକୁ ଆହାର ଯୋଗାଇବାକୁ ବହୁ ଲୋକ ବିଭିନ୍ନ ପନ୍ଥା ଧରିଥାନ୍ତି । କିଏ ବେପାର ବଣିଜ କରିଥାଏ ତ କିଏ ଚାଷ କାମ କରିଥାଏ । ବେପାର ବଣିଜ କରି ପରିବାରକୁ ଶାନ୍ତି ରେ ରଖି ଥାନ୍ତି ଏବଂ କିଛି ଟଙ୍କା ମଧ୍ୟ ସଞ୍ଚୟ କରିଥାନ୍ତି । କିନ୍ତୁ ସଂସାରରେ ଏପରି କିଛି ଲୋକ ଅଛନ୍ତି ନିଜ ଜୀବନକୁ ବାଜି ଲଗାଇ ପରିବାରକୁ ଆହାର ଦେଇଥାନ୍ତି ସେହି ବ୍ୟକ୍ତି ହେଉଛନ୍ତି ମୁଣ୍ଡପୋତା ସଂପ୍ରଦାୟ । ଏମାନେ ବିଭିନ୍ନ ମନ୍ଦିର, ଯାତ୍ରା ଓ ଗାଁ ବୁଲି ବୁଲି ନିଜ ମୁଣ୍ଡକୁ ମାଟି ଭିତରେ ପୋତିଥାନ୍ତି ଏବଂ ରାସ୍ତାରେ ଯାଉଥିବା ବାଟୋଇ ଦେଖି ଯାହା ଦୟା ପଡି ଶାହା କରିଥାନ୍ତି ସେଥିରେ ପରିବାର ଚାଲିଥାଏ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୋରଡା ପଂଚାନନ ଶୈବ ପିଠ ନିକଟ ରାସ୍ତାରେ ।
ନୟାଗଡ ଜିଲ୍ଲାରେ ରହୁଥିବା ସୁଶାନ୍ତ ପ୍ରଧାନ ଗାଁ ଛାଡି ନିଜର ଛୋଟ ପୁଅ ସାଙ୍ଗରେ ଧରି ବହୁ ଦୂର ଦୂରାନ୍ତ ବୁଲି ମନ୍ଦିର ସାମ୍ନା ରେ ବସି ଭିକ୍ଷା ବୃତ୍ତି କରିଥାନ୍ତି । ସେହି ବୃତ୍ତି ପୁଣି ବିପଦ ଦାୟକ । କେତେବେଳେ କେନ୍ଦେରା ବଜାଇ ପାଟିରେ ଭଗବାନଙ୍କ ଗୀତ ଗାନ କରିଥାନ୍ତି । ବାଜାର ତାଳେ ତାଳେ ଭଜନ ଗାଇଥାନ୍ତି । ଶୁଣିବାକୁ ଅତି ମଧୁର । ଗୀତ ର ମାଧୁର୍ଯ୍ୟ ଯେତିକି ସୁନ୍ଦର ତାହାଠାରୁ କେନ୍ଦେରା ର ଧ୍ୱନି ଅଧିକ ସୁନ୍ଦର । କେତେବେଳେ ବେହେଲା ବଜାଇ ସବୁଠାରୁ ଲୋକପ୍ରିୟ ଗୀତ ଭଜୁକି ରାମ ନାମ ଗୀତ ଗାଈଥାନ୍ତି । ପୁଣି କେତେବେଳେ ମୁଣ୍ଡକୁ ମାଟି ଭିତରେ ପୋତିଥାନ୍ତି । ମୁଣ୍ଡକୁ ପୋତିବା ଶରୀର ପାଇ କେତେ କଷ୍ଟ ଦାୟକ ତାହା ସେ ନିଜେ ଅନୁଭବ କରିଥାନ୍ତି ।
ସୁଶାନ୍ତ ପ୍ରଧାନଙ୍କ ଘର ନୟାଗଡ ଜିଲ୍ଲାରେ ହୋଇଥିଲେ ମଧ୍ୟ ଦୀର୍ଘ ରାସ୍ତା ଅତିକ୍ରମ କରି ଆସିଛନ୍ତି ସୋରଡା । ତାଙ୍କ ସହିତ ସ୍ତ୍ରୀ ସୁସ୍ମିତା ପ୍ରଧାନ ଏବଂ ଛୋଟ ପୁଅ । ସମସ୍ତେ ଭିକ୍ଷା କରିବା ସହିତ ସୁଶାନ୍ତକୁ ସହଯୋଗ କରିଥାନ୍ତି । ମନ୍ଦିର ବରଣ୍ଡା ,କିମ୍ବା ଗଛ ମୂଳ କଟାଇଥାଆନ୍ତି । ଖରା,ବର୍ଷା ,ଶୀତ ସବୁ ତାଙ୍କ ପାଇଁ ସମାନ । ଗାଁରେ ସୁଶାନ୍ତ ପ୍ରଧାନଙ୍କ ଅନ୍ୟ ଦୁଇ ପୁଅ ଓ ଝିଅ ରହୁଛନ୍ତି । ସେମାନେ ମଧ୍ୟ ଭିକ୍ଷା କିମ୍ବା କୁଲି କଷ୍ଟ କରିଥାନ୍ତି । ସରକାରଙ୍କ ତରଫରୁ କେବଳ ରାସନ କାର୍ଡ ରେ ଚାଉଳ ପାଉଛନ୍ତି ମୁଣ୍ଡ ଗୁଞ୍ଜିବା ପାଇ ଘର ଖଣ୍ଡିଏ ନାହିଁ । ଯେଉ ସ୍ଥାନରେ ରହୁଛନ୍ତି କେବଳ ପାଲ ଖଣ୍ଡିଏ ସାହା ଭରସା । ଅନ୍ୟପଟେ ଏହି ତିନି ପ୍ରାଣୀ ଏପରି ଭାବେ ଚାଉଳ ହେଉ କିମ୍ବା କିଛି ଟଙ୍କା ରୋଜଗାର କରିଥାନ୍ତି । ତାଙ୍କରି ଗୀତ ଶୁଣି ରାସ୍ତାରେ ଯାଉଥିବା ଭକ୍ତ ଉପୋଭୋଗ କରିଥାନ୍ତି । ଆଉ ଦୟା ରେ ପାଞ୍ଚ ଦଶ ଟଙ୍କା ସାହାଯ୍ୟ କରିଥାନ୍ତି ।
ମନ୍ଦିର ନିକଟରେ କିଛି ଲୋକ ମିଠା ଦୋକାନ , ଭୋଗ ସାମଗ୍ରୀ , କିମ୍ବା ଜଳଖିଆ ଦୋକାନ କରିଥାନ୍ତି । କିଛି ଲୋକ ପରିବାର ସହିତ ଆସି ରୋଷେଇ କରି ଖାଇଥାନ୍ତି କିନ୍ତୁ ଏପରି ଦୁଖିର ଦୁଃଖ ଦେଖିବାକୁ ଲୋକଙ୍କ ପାଖରେ ସମୟ ନାହିଁ । ସୁଶାନ୍ତ କୁହନ୍ତି ତାଙ୍କରି ବାପା ଜେଜେବାପା ଅମଳରୁ ଏହି ବୃତିକୁ ଆପଣେଇଛନ୍ତି ।