ଘରୋଇ କଳହରୁ ସାଂଘାତିକ ପରିସ୍ଥିତି, ଜ୍ବାଇଁ ଉପରେ ଗରମ ପାଣି ଢାଳିଲେ ଶ୍ବଶୁର ଘର ଲୋକ

ଆନନ୍ଦପୁର: ଘରୋଇ କଳହରୁ ସାଂଘାତିକ ପରିସ୍ଥିତି । ଜ୍ବାଇଁ ଉପରେ ଗରମ ପାଣି ଢାଳିଲେ ଶ୍ବଶୁର ଘର ଲୋକ । ଜ୍ବାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ନନ୍ଦିପଦା ଥାନା ଠୂଣି ଗାଁର କୁଶ ନାଇକ ସେହି ଗାଁର କୁନି ନାଇକକୁ ବିବାହ କରିଥିଲେ ।  ବିବାହ ପରେ ସ୍ବାମୀ କୁଶ ଏବଂ ସ୍ତ୍ରୀ କୁନିଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା । ତେଣୁ ସ୍ତ୍ରୀ କୁନି ଶାଶୁ ଘର ଛାଡ଼ି ବାପ ଘରେ ଆସି ରହୁଛନ୍ତି ।  ତେବେ କୌଣସି କାମରେ କୁଶ ନିଜ ଶ୍ୱଶୁର ଘର ସାମ୍ନା ରାସ୍ତାରେ ଯାଉଥିବା ବେଳେ ଅଚାନକ ତାଙ୍କ ସ୍ତ୍ରୀ, ମାଉସୀ ଶାଶୁ ଓ ଶଳା ତାଙ୍କ ଉପରକୁ ଗରମ ପାଣି ଛାଟି ଦେଇଥିଲେ ।  ଫଳରେ ତାଙ୍କ ଦେହର ଅନେକାଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ଆହୁରି ପଢ଼ନ୍ତୁ :  ଶୋଇଥିବା ବେଳେ ଘରୁ ଟାଣି ଆଣି ମହିଳାଙ୍କୁ ଦଳିଦେଲା ଦନ୍ତା, ସ୍ୱାମୀ ଓ ପୁଅ ଗୁରୁତର