ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା

ଆନନ୍ଦପୁର(କେନ୍ୟୁଜ୍): ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ବିବାହିତ ସ୍ୱାମୀଙ୍କୁ ୨ ବର୍ଷ ପୂର୍ବରୁ ଛାଡପତ୍ର ଦେଇ ରାମଚଦ୍ରପୁର ଥାନା ବଣିଆପଶି ଗାଁର ଦିଲ୍ଲୀପ ବେହେରା ନାମକ ଜଣେ ଯୁବକ ସହିତ ବେଙ୍ଗାଲୁରୁ ପଳାଇ ଥିଲେ ।

ଯୁବକ ଜଣକ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । କିଛି ଦିନ ତଳେ ଦିଲ୍ଲୀପ ବାଙ୍ଗାଲୋରରୁ ନିଜ ଘରକୁ ଆସିବା ପରେ ସଂପୃକ୍ତ ମହିଳାଙ୍କ ସହ ଯୋଗାଯୋଗ ଛିନ୍ନ କରିଥିଲେ । ମହିଳା ଜଣକ ବୋଙ୍ଗାଲୁରୁରୁ ଆସି ଯୁବକଙ୍କୁ ଦେଖା କରିବା ପରେ ବିବାହ କରିବାକୁ ମହିଳା ଜଣକ ଜିଦ ଧରିଥିଲେ । ଏହି ସମୟରେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ ।

Leave A Reply

Your email address will not be published.