ସମ୍ବଲପୁର: ହଜ୍‌ ଯାତ୍ରା ନାଁରେ ବଡ ଠକେଇ, ୭୦ ଲକ୍ଷ ଟଙ୍କା ଠକି ନେଲା ଯୁବକ

ସମ୍ବଲପୁର(କେନ୍ୟଜ୍):  ହଜ ଯାତ୍ରା କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ । ସମ୍ବଲପୁର ସମେତ ଝାରସୁଗୁଡା, ରାଉରକେଲା ସହରରୁ ପ୍ରାୟ ୭୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ । ସମ୍ବଲପୁର ସହରର ଅବଦୁଲ ରହିମ ନାମକ ଜଣେ ଯୁବକ କିଛି ମାସ ତଳେ ହଜ ଯାତ୍ର କରାଇ ଦେବ ବୋଲି କିଛି ଲୋକଙ୍କୁ କହିଥିଲା । ସମସ୍ତଙ୍କ ରହିବା, ଖାଇବା ଓ ଯିବା ଆସିବା କରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ସ୍ଥାନୀୟଲୋକେ ତାଙ୍କୁ ସହଜରେ ବିଶ୍ୱାସ ବି କରି ନେଇଥିଲେ । ଟିକେଟ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଅବଦୁଲକୁ ଟଙ୍କା ଦେଇଥିଲେ । ହଜଯାତ୍ରା ସରି ଯାଇଥିଲେ ବି ଟଙ୍କା ଦେଇଥିବା ଲୋକମାନେ ହଜଯାତ୍ରା କରି ପାରିନଥିଲେ । କେବଳ ସମ୍ବଲପୁର ସହରରୁ ୨୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।