ଅଧା ରହିଗଲା ପ୍ରେମ: ପ୍ରେମିକାର ଦୁଆର ସାମ୍ନାରେ ବିଷ ପିଇ ଜୀବନ ହାରିଲା ପ୍ରେମିକ

କରଞ୍ଜିଆ(କେନ୍ୟୁଜ୍): ପ୍ରେମିକା ଦୁଆରେ ପ୍ରେମିକର ଆତ୍ମହତ୍ୟା । ଏପରି ଘଟଣା ସାମ୍ନାକୁ ଆସିଛି କରଞ୍ଜିଆ ଥାନା ଅଞ୍ଚଳରୁ । କରଞ୍ଜିଆ ବଜାର ଅଞ୍ଚଳରେ ରହୁଥିବା ଜୈନେକ ମୁସଲମାନ ସମ୍ପ୍ରଦାୟର ଝିଅକୁ ସେହି ସମ୍ପ୍ରଦାୟର ପୁଅ ଭଲ ପାଇ ଆତ୍ମହତ୍ୟା କରିଥିବା ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବହଳାଗୁଡା ଅଞ୍ଚଳର ସହେଲ ନାମକ ଜୈନେକ ଯୁବକ ଗତକାଲି ସନ୍ଧ୍ୟା ସମୟରେ କରଞ୍ଜିଆରେ ରହୁଥିବା ପ୍ରେମିକାକୁ ଦେଖା କରିବା ପାଇଁ ଆସିଥିଲା । ହେଲେ ଝିଅର ଘରେ ପୁଅକୁ ଏଥିରୁ ବାରଣ କରିବାରୁ ପ୍ରେମିକାର ଦୁଆର ଆଗରେ ହିଁ ପ୍ରେମିକ ସାହିଲ ଫିନାଇଲ ଏବଂ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

ତେବେ ଘଟଣାସ୍ଥଳରୁ ସାହିଲର ସମ୍ପର୍କୀୟ ସାହିଲକୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲ ଆଣିଥିଲେ । ହେଲେ ସେଠାରେ ଯୁବକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଖବର ପାଇ କରଞ୍ଜିଆ ପୋଲିସ ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି। ତେବେ ଯୁବକ ଜଣକ କାହିଁକି ଆତ୍ମହତ୍ୟା କଲା ସେ ନେଇ ପୋଲିସର ତଦନ୍ତ ଜାରି ରହିଛି । ପ୍ରେମ ପାଇଁ ଜଣେ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିବ କେହି ବିଶ୍ଵାସ କରୁ ନ ଥିଲେ ବି ନିଜ ପ୍ରେମ ପାଇଁ ଯୁବକ ଜଣକ ପ୍ରେମିକା ଦୁଆରେ ଆତ୍ମହତ୍ୟା କରିଥିବା ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଆଜି ପ୍ରେମିକଙ୍କ ପରିବାର ଲୋକ କରଞ୍ଜିଆ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି କରଞ୍ଜିଆ ଥାନା ଅଧିକାରୀ ରଞ୍ଜନ ସେଠି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.