ପିଲାକଳିକୁ ନେଇ ଅଭାବନୀୟ କାଣ୍ଡ: ଭିଣୋଇର ତୀର ଆକ୍ରମଣରେ ଶଳା ଗୁରୁତର

ସୋର(କେନ୍ୟୁଜ୍‌): ତୀର ଆକ୍ରମଣରେ ଯୁବକ ଗୁରୁତର। ଆକ୍ରମଣକାରୀ ବୃଦ୍ଧ ଜଣଙ୍କ ଯୁବକଙ୍କର ଭିଣୋଇ ବୋଲି ସୂଚନା ମିଳିଛି। ସୋର ଥାନା ସିଙ୍ଗାଖୁଣ୍ଟା ପଂଚାୟତ ଫଠାଆମ୍ବ ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଉକ୍ତ ଗ୍ରାମର ଶଳା ସାଲୁ ସିଂକୁ ସେହି ଗ୍ରାମର ଭିଣୋଇ ମୋଟୁ ସିଂ ତୀର ମାରି ଗୁରୁତର କରିଛି। ସାଲୁର ପିଠିରେ ତୀର ବାଜି ବାଜିବା ସହିତ ତୀର ନବାହାରି ସେହିଭଳି ଅଟକି ରହିଥିଲା।

ଏହା ଦେଖିବା ପରେ ସାଲୁକୁ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୋର ଡାକ୍ତରଖାନା, ପରେ ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ପିଲାକଳିରୁ ନିଶାଶକ୍ତ ଅବସ୍ଥାରେ ମୁଟୁ ସାଲୁକୁ ତୀର ମାରିଥିବା ଗ୍ରାମଲୋକଙ୍କ ଠାରୁ ସୂଚନା ମିଳିଛି। ତୀର ଆକ୍ରମଣକାରୀ ଭିଣୋଇ ସାଲୁକୁ ଗ୍ରାମବାସୀ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପୋଲିସ ଜିମା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.