ସୋର : ସ୍ତ୍ରୀ କାନ୍ଦି କାନ୍ଦି ତଳେ ଗଡିଯାଉଛି । ଭୋ ଭୋ ହୋଇ କାନ୍ଦି କାନ୍ଦି କହୁଛି ମୋ ହାତରୁ ସଞ୍ଜ ଲିଭିଲାନି ଯେ ମୋ ସ୍ୱାମୀଙ୍କର ଜୀବନ ଦୀପ ଲିଭିଗଲା । ଏମିତି କହି କାନ୍ଦି କାନ୍ଦି ଭୁଇଁରେ ଲୋଟିପଡୁଛି ସ୍ତ୍ରୀ । ଦୃଶ୍ୟ ଏମିତି ଯେ ଆମ ଆଖିରେ ବି ଲୁହ ଆସିଯାଉଛି ଆପଣଙ୍କୁ ଦେଖେଇବୁ କଣ । ତେବେ ସଞ୍ଜ ଦେଲାବେଳେ ଦୀପ ଲିଭିବାକୁ ଅଶୁଭ ସଂକେତ ବୋଲି କୁହାଯାଏ । କାହିଁ କେଉଁ କାଳରୁ ଆମେ ଶୁଣିଆସିଛୁ ଏଇ କଥା । କିନ୍ତୁ କେହି କେହି ଏସବୁକୁ ଅନ୍ଧ ବିଶ୍ୱାସ କହୁଥିବା ବେଳେ ଏଇ ସ୍ତ୍ରୀର ବିଶ୍ଵାସ ଆମକୁ ଦ୍ବିଧାରେ ପକାଇଦେଇଛି ଯେ ସଞ୍ଜ ଲିଭିବା ପ୍ରାକୃତରେ ଅଶୁଭ ନୁହେଁ ତ? ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।
ମୃତ୍ୟୁ ଏମିତି ଆସେ । ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ । ମୃତକଙ୍କ ସ୍ତ୍ରୀ କାନ୍ଦି କାନ୍ଦି ତଳେ ଲୋଟି ପଡ଼ି କହୁଛି ସଞ୍ଜ ଦେଲା ବେଳେ ହାତରୁ ଲିଭିଗଲା ସଞ୍ଜ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଘଟଣା ଘଟିଛି ଵାଲେଶ୍ୱର ଜିଲ୍ଲା ସୋର ବ୍ଲକ ଶରସଂଖ ପଞ୍ଚାୟତ ଶଙ୍ଖୁଆ ସାହିରେ । ଏହି ଗାଁର ତ୍ରିଲୋଚନ ଓଝା ଘରୁ ଅଡଙ୍ଗ ବଜାର ଆସିଥିଲେ । ବଜାରରେ ବାଇକରୁ ଓହ୍ଲାଇବା ବେଳେ ଛାତିରେ ଯନ୍ତ୍ରଣା ହେବାରୁ ଛାତିର ହାତରଖି ତଳକୁ ଟଳି ପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ଲୋକ ତୁରନ୍ତ ସୋର ଡାକ୍ତରଖାନାକୁ ଆଣିବା ପରେ ଡ଼ାକ୍ତର କିନ୍ତୁ ତାଙ୍କୁ ମୃତ ଘୋଷଣା କରିଦେଲେ ।
ସ୍ୱାମୀଙ୍କର ଏପରି ଖବର ପାଇ ମୃତ ତ୍ରିଲୋଚନଙ୍କ ସ୍ତ୍ରୀ ଦୌଡି ଦୌଡି ପହଁଚିଥିଲେ ଡାକ୍ତରଖାନାରେ । ସେଠାରେ ସ୍ୱାମୀଙ୍କୁ ଷ୍ଟ୍ରେଚର ଉପରେ ଏମବବିତି ଶୋଇଥିବାର ଦେଖି ଆଉ ନିଜକୁ ସମ୍ଭାଳି ପାରିଲେନି । ସ୍ୱାମୀଙ୍କୁ ମରି ଶୋଇଥିବାର ଦେଖି ଚେତା ହରାଇ ବସୁଥିଲେ । ବିଶ୍ୱାସ କରିପାରୁନଥିଲେ ସ୍ୱାମୀ ମରି ଶୋଇଛନ୍ତି ଆଖି ସାମ୍ନାରେ । ଭଲ ଲୋକଟା ତ ଘରୁ ବାହାରିକି ଗଲେ ବଜାର । ହେଲେ ବଜାରରୁ ଏମିତି ଏକ ଖବର ଆସିବ ତାହା ଜମା ବି ଭାବିନଥିଲେ ।
ସେହି ହସ୍ପିଟାଲ ବାରଣ୍ଡାରେ କାନ୍ଦି କାନ୍ଦି ତଳେ ଲୋଟି ପଡ଼ି କହୁଛନ୍ତି ସଞ୍ଜ ଦେଲା ବେଳେ ମୋ ହାତରୁ ଲିଭିଗଲା । ମୋ ମନକୁ ପାପ ଛୁଉୁଁଥିଲା । ଏବେ ଏମିତି ସବୁ ଘଟିଗଲା । କହିରଖିବାକୁ ଚାହିଁବୁ ଯେ ମୃତ ତ୍ରିଲୋଚନ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଖାଲି ସେତିକି ନୁହେଁ ତ୍ରିଲୋଚନ ଗାଁ ଯାତ୍ରାରେ ଭଲ ଅଭିନୟ ଓ ଗୀତ ମଧ୍ୟ ଗାଆନ୍ତି ।
ଏହି ଘଟଣାର ଖବର ପାଇ ସୋର ସିଡ଼ିପିଓ ଓ ସୁପରଭାଇଜର ଶେଷ ଦର୍ଶନ କରିଥିଲେ । ଏପରି ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।