ପିପିଲି : କେନାଲରେ ପଡ଼ି ଯୁବକଙ୍କ ମୃତ୍ୟୁ

ପିପିଲି (କେନ୍ୟୁଜ୍‌) : ଘରକୁ ଫେରୁଥିବା ବେଳେ ଯୁବକ ଜଣକ କେନାଲ ଭିତରେ ପଡ଼ିଗଲେ, ଆଉ ତାଙ୍କର ମୃତ୍ୟୁ ଘଟିଲା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଳଉତା ଗ୍ରାମର ଶୁଭେନ୍ଦୁ ପଟ୍ଟନାୟକ ଗତ ରାତିରେ ଘରକୁ ଫେରୁଥିବା ବେଳେ ଏଭଳି ଭାବେ ମୃତ୍ୟୁମୁଖରେ ପଡ଼ିଛନ୍ତି ।
ଡେଲାଙ୍ଗ ମାଇନର କେନାଲରେ ପଡି ତାଙ୍କର ମୃତ୍ୟୁ ହୋଇଛି ।

ଆଜି ସକାଳୁ ଲୋକମାନେ ତାଙ୍କ ସାଇକେଲ ସହ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କର ମୃତ ଦେହକୁ ଜବତ କରିଛି। ଶୁଭେନ୍ଦୁ ଏକ ଘରୋଇ ସଂସ୍ଥାରେ କାମ କରନ୍ତି। କାଲି କାମ ସାରି ନିଜ ସାଇକେଲରେ ଫେରୁଥିବା ସମୟରେ ଭାରସାମ୍ଯ ହରାଇ କେନାଲ ଭିତରକୁ ପଡି ଯାଇଥିଲେ। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.