ରାଜ୍ୟ

କଣ୍ଟାବାଞ୍ଜି: ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ୍‌

କଣ୍ଟାବାଞ୍ଜି(କେନ୍ୟୁଜ୍): ଯୁବକଙ୍କ ଉପରେ ମାଡ଼ିଗଲା ଚାଉଳ ବୋଝେଇ ଟ୍ରକ୍‌। ଏଭଳି ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ପତ୍ରାପାଲି(କ) ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ମାଧବ ମାଝୀ।

ଆଜି ସକାଳେ ମାଧବ ନିଜର ନିତ୍ୟକର୍ମ ସାରିବା ପାଇଁ ଗାଁ ପାଖ ପୋଖରୀକୁ ଯାଉଥିଲେ। ଏହି ସମୟରେ ଏକ  ଟ୍ରକ୍‌ ଦ୍ରୁତଗତିରେ ଆସି ମାଧବଙ୍କ ଉପରେ ମାଡ଼ିଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ମାଧବଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସାମାନ୍ଯ ଉତ୍ତେଜନା ପ୍ରକାଶ ପାଇଛି।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ମୁରିବାହାଲ- ବଙ୍ଗୋମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ଗ୍ରାମବାସୀ ଗାଡ଼ି ସହିତ ଡ୍ରାଇଭରକୁ ଅଟକ ରଖିଥିଲେ। ମୁରିବାହାଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Sonalisa

Recent Posts

ଦିଲ୍ଲୀରେ ପାଣି ସପ୍ଲାଏକୁ ନେଇ ଏନଡିଏମସିର ଆଡଭାଇଜରୀ, ଭିଆଇପି ଅଞ୍ଚଳରେ ଦିନକୁ ଥରେ ଆସିବ ପାଣି

ଭୀଷଣ ଗରମ ସାଙ୍ଗକୁ ପାଣି ପାଇଁ ଦିଲ୍ଲୀବାସୀ ଝଟପଟ । ଦିଲ୍ଲୀର ଅନେକ ସ୍ଥାନରେ ଜଳାଭାବ ଦେଖାଦେଇଛି । ପାଣି…

7 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ…

30 mins ago

ଭଞ୍ଜନଗରରେ ବାଘ ଆତଙ୍କ: ସିସିଟିଭିରେ କଏଦ ହେଲା ବୁଲୁଥିବାର ଦୃଶ୍ୟ

ଭଞ୍ଜନଗର (କେନ୍ୟୁଜ): ପୁଣି ବୁଲିଲା ବାଘ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବାଘ ଆତଙ୍କ । ସହର ନିକଟରେ ଥିବା…

32 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ପରେ ସିଆଲଦା ଷ୍ଟେସନରେ ପହଞ୍ଚିଲା କାଞ୍ଚନଜଙ୍ଗା ଏକ୍ସପ୍ରେସ, ବସ୍‌ ମାଧ୍ୟମରେ ଘରକୁ ଗଲେ ଯାତ୍ରୀ

ପଶ୍ଚିମବଙ୍ଗ ଦାର୍ଜିଲିଂରେ ମାଲବାହୀ ଟ୍ରେନ୍ ଧକ୍କାରେ ଦୁର୍ଘଟଣାର ଶିକାର ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସିଆଲଦା ଷ୍ଟେସନରେ ପହଞ୍ଚିଛି । ଦୁର୍ଘଟଣାର…

1 hour ago

୫ବର୍ଷ ହେଲା ଅବଧି ସରିଲାଣି, ଅଧାରେ ଅଟକିଛି ବ୍ରହ୍ମବରଦା-କାକୁଡିକୁଦକୁ ସଂଯୋଗ କରୁଥିବା ସେତୁ ନିର୍ମାଣ କାର୍ଯ୍ୟ

ଯାଜପୁର(କେନ୍ୟୁଜ): ଗମନାଗମନ ସୁବିଧା ପାଇଁ ସରକାର ବିଜୁ ସେତୁ ଯୋଜନା ଆରମ୍ଭ କରିଥିଲେ । ଗ୍ରାମାଂଚଳର ଲୋକେ ଯେପରି ଏହି…

1 hour ago

୩ ଥାକିଆ ସୁରକ୍ଷା ବଳୟ ଭିତରେ ବିଧାନସଭା, କେବଳ ପାସ୍ ଧାରୀ ଗୃହ ମଧ୍ୟକୁ କରି ପାରିବେ ପ୍ରବେଶ

ଭୁବନେଶ୍ୱର (କେନ୍ୟୁଜ); ବିଧାୟକଙ୍କ ଶପଥ ଗ୍ରହଣ ଲାଗି ସୁରକ୍ଷା କଡ଼ାକଡ଼ି । ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

2 hours ago