ଅନୁଗୁଳ: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଅନୁଗୁଳ(କେନ୍ୟୁଜ୍): ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ। ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆସିଛି। ମୃତକଙ୍କ ନାଁ ଦୀପକ ବାରିକ ଓ ଘର ବଡ଼ଗୁଣ୍ଡୁରୀ ଗାଁରେ। ଅଭିଯୋଗ ହୋଇଛି, ଦୀପକଙ୍କ ସ୍ତ୍ରୀ ଘରୋଇ କଳହକୁ କେନ୍ଦ୍ର କରି ତାଙ୍କ ନାଁରେ ମାରପିଟ ଅଭିଯୋଗ ଆଣିଥିଲେ। ପଚରାଉଚରା ପାଇଁ ଗତକାଲି ସକାଳେ ତାଙ୍କୁ ଡାକିଥିଲା କଣିହାଁ ଥାନା ପୋଲିସ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ତାଙ୍କୁ ପ୍ରଥମେ କଣିହାଁ ଡାକ୍ତରଖାନା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଦୀପକଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ।