ଶାବଳରେ ବାଡେଇ ବାଇକଟିକୁ ଭାଙ୍ଗି ଚାଲିଛନ୍ତି ଏହି ବ୍ୟକ୍ତି, କିନ୍ତୁ କାହିଁକି

ମହାକାଳପଡା (କେନ୍ୟୁଜ୍) : ବାଡେଇଦେବି. . .ମାରିଦେବି. . .ସବୁ ଭାଙ୍ଗିଦେବି, ଏମିତି କହିି ଭାଙ୍ଗି ଚୁରମାର କରିଦେଲେ ଗୋଟେ ବାଇକ ମେଣ୍ଟାଲ ମ୍ୟାନ୍। ବ୍ୟକ୍ତି ଜଣଙ୍କ ଏମିତି ହେଉଛନ୍ତି ଯେ ଲୋକେ ତାଙ୍କ ପାଖକୁ ଯିବା ଅର୍ଥ ମରଣକୁ ଡାକିବା ସହ ସମାନ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରୀ ପଂଚାୟତ ନୁଆଗାଁ ଗ୍ରାମର ପବନା ବେହେରା ନାମକ ବ୍ୟକ୍ତିର ଉନ୍ମତ କାଣ୍ଡ ଦେଖି ଲୋକେ ଛାନିଆ ।ପାରିବାରିକ କଳହକୁ ନେଇ ମଦ୍ୟପ ଜଣଙ୍କ ମାନସିକ ଭାରସାମ୍ୟ ହରାଇ ପରିବାର ଲୋକଙ୍କୁ ବାଡେଇବା ସହିତ ଏକ ବାଇକକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦେଇଛନ୍ତି।
ଦେଖନ୍ତୁ କେମିତି ବ୍ୟକ୍ତି ଜଣଙ୍କ ଏକ ଶାବଳରେ ବାଇକକୁ ବାଡେଇ ବାଡେଇ ଚୁରୁମାର କରୁଛନ୍ତି। ଶାବଳ ଧରି ଏକା ନିଶ୍ୱାସେ ବାଡେଇ ଚାଲିଛନ୍ତି ବାଇକଟିକୁ ଭାଙ୍ଗିବା ପର୍ଯ୍ୟନ୍ତ।
ସବୁଠାରୁ ବଡକଥା ହେଲା ଉକ୍ତ ଗାଡିଟି ମଦ୍ୟପ ବ୍ୟକ୍ତିର ପୁଅ ତାର ସାଙ୍ଗ ଠାରୁ ନିଜର କାମ ପାଇଁ ମାଗିକି ଆଣିଥିଲା କିନ୍ତୁ କୌଣସି କାରଣରୁ ବ୍ୟକ୍ତି ଜଣଙ୍କ ରାଗି ଯାଇ ପୁଅ ଆଣିଥିବା ସାଙ୍ଗ ବାଇକଟିକୁ ଭାଙ୍ଗି ରୁଜି ଚୁରମାର କରିଦେଲେ। ତେବେ ଏହି ପୂରା ଘଟଣା ଦେଖି ଗ୍ରାମବାସୀ ମାନେ ବୁଝାଇ ବିଫଳ ହେବା ପରେ ମାର୍ଶାଘାଇ ଥାନାକୁ ଖବର ଦେଇଥିଲେ। ପୋଲିସ ପହଁଚି ଉକ୍ତ ବ୍ୟକ୍ତିଙ୍କ ବୁଝାଇବା ସହ ଶାବଳ ଜବତ କରି ଫେରିଯାଇଛନ୍ତି। ତେବେ ମଦ୍ୟପ ବ୍ୟକ୍ତିଙ୍କ ଏତେ ରାଗ ଦେଖି ଯାହାକୁ ନେଇ ଅଁଚଳରେ ବେଶ୍ ଚର୍ଚ୍ଚା ହୋଇଛି।