ବାଇକରେ ଅତି ଷ୍ଟାଇଲ ମାରି ଦେଖାଉଥିଲେ ଷ୍ଟଣ୍ଟ୍‌, କିନ୍ତୁ ଦୁର୍ଘଟଣାରେ ହରାଇଲେ ପ୍ରାଣ

ବାଲିଗୁଡା : ରାସ୍ତାରେ ଅତି ଷ୍ଟାଇଲରେ ବାଇକରେ ଦେଖାଉଥିଲେ ଷ୍ଟଣ୍ଟ୍‌ । ହେଲେ ଏହି ଷ୍ଟଣ୍ଟ୍‌ ତାଙ୍କ ଜୀବନରେ ପାଲଟିଗଲା ସଜା । ଷ୍ଟଣ୍ଟ ଦେଖାଇ ଖୁସି ହେବା ପରେ ଚାଲିଗଲା ଜୀବନ । ହଁ ଆଜ୍ଞା ବାଇକରେ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣା ରେ ଜୀବନ ହରାଇଲେ ଯୁବକ । ଏପରି ଘଟଣା ଦେଖିବାକୁ ମିଳିଛି ତୁମୁଡିବନ୍ଧ ଥାନା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟରେ ।

ମୃତ ଯୁବକ ହେଲେ ତୁମୁଡିବନ୍ଧ ଥାନା ଲଙ୍କାଗଡ଼ ପଂଚାୟତର ଜନକ ପାତ୍ର । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଏକ ଘରୋଇ ଆମ୍ବୁଲାନ୍ସ ମୃତ ଦେହ ଧରି ଭଞ୍ଜନଗର ଅଭିମୁଖେ ଯାଉଥିଲା । ଏହି ସମୟରେ ଏକ ଟ୍ରକକୁ ଓଭରଟେକ କରିବା ସମୟରେ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ବାଇକ ଚାଳକଙ୍କୁ ତୁମୁଡିବନ୍ଧ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ଥିବା ଜଣା ପଡିଛି । ପୋଲିସ ଘଟଣାସ୍ଥଳରେ ପହଁଚି ଅଧିକ ତଦନ୍ତ ଜାରୀ ରଖିଛି ।