ମର୍ଣ୍ଣିଙ୍ଗ ୱାକ୍ ବେଳେ ପିକ୍ଅପ୍ ଧକ୍କାରେ ଚାଲିଗଲା ଜୀବନ, ଉଜୁଡ଼ିଗଲା ସୁନାର ସଂସାର

ମର୍ଣ୍ଣିଙ୍ଗ ୱାକରେ ଯାଇଥିଲେ । ହେଲେ ବାଟରେ ଜଗି ବସିଥିଲା ମୃତ୍ୟୁ । ଘର ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏକ ଟାଟା ପିକଅପ ଧକ୍କାରେ ଚାଲିଗଲା ଜୀବନ । କ୍ଷଣକେ ସବୁକିଛି ଓଲଟ ପାଲଟ ହୋଇଯାଇଛି । ଦୁର୍ଘଟଣା ଉଜାଡ଼ି ଦେଇଛି ସୁନା ସଂସାର । ଏଭଳି ଏକ ଅଭାବନୀୟ ଘଟଣା କପ୍ତିପଦା ଥାନା ଝିଙ୍କପଦା ଗ୍ରାମ ନିକଟରେ ଘଟିଛି । କପ୍ତିପଦା ଅଞ୍ଚଳର କୃପାସିନ୍ଧୁ ସେଠି ଆଜି ସକାଳେ ଉଦଳା – ବାଲେଶ୍ୱର ରାଜପଥରେ ମର୍ଣ୍ଣିଙ୍ଗ ୱାକ କରୁଥିଲେ । ହେଲେ ସେ ଜାଣିନଥିଲେ ଏହା ତାଙ୍କ ଶେଷ ମର୍ଣ୍ଣିଙ୍ଗ ୱାକ ଥିଲା ।

ବୋଧହୁଏ ସେଥିପାଇଁ କୁହାଯାଏ ମୃତ୍ୟୁ ଅନିଶ୍ଚିତ । ମୃତ୍ୟୁ ଆସିବା ପୂର୍ବରୁ ନା ଦେଖେ ସମୟ ନା ଦେଖେ ସ୍ଥାନ । ମଣିଷ ଜୀବନର ସବୁଠାରୁ ବଡ଼ ସତ୍ୟ ହେଉଛି ମୃତ୍ୟୁ । ଯିଏ ବି ଏ ଦୁନିଆକୁ ଆସିଛି ତାର ଦିନେ ନା ଦିନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁର ଏମିତି କିଛି ଭୟାନକ ଓ ଦୁଃଖଦାୟୀ ଘଟଣା ଘଟିଥାଏ ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ । ସତରେ ଏ ଜୀବନ ଭାରି ରହସ୍ୟମୟ । କେତେବେଳେ କେଉଁଠି କ’ଣ ଯେ ଘଟିଯାଏ ତାହା କେହି କେବେ କଳ୍ପନା ବି କରିନଥାଏ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା କ’ଣ ।

ଝିଙ୍କପଦା ଛକ ନିକଟରେ କଟକରୁ ମାଲ ନେଇ ଆସୁଥିବା ଏକ ପିକ୍ଅପ୍ ଗାଡି ତାଙ୍କୁ ପଛ ପଟରୁ ଦୃତ ଗତିରେ ଧକ୍କା ଦେଇଥିଲା । ଯାହାଫଳରେ କୃପାସିନ୍ଧୁ ପିଟି ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ । ଆଉ ଘଟଣାସ୍ଥଳରେ ହିଁ ଚାଲିଯାଇଥିଲା କୃପାସିନ୍ଧୁଙ୍କ ଜୀବନ । ତେବେ ପିକ୍ଅପରେ ମାଲ ନେଇ ଆସୁଥିବା ମାଲିକ ଅମରେନ୍ଦ୍ର ସାମଲ ଶବ୍ଦ ଶୁଣି ଗାଡି ଅଟକାଇ ତଳକୁ ଓହ୍ଲାଇଥିଲେ । ଏହାର ସୁଯୋଗ ନେଇ ଡ୍ରାଇଭର ଗାଡି ନେଇ ଫେରାର ହୋଇଯାଇଥିଲା । କପ୍ତିପଦା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ହେଲେ ଅନ୍ୟପଟେ ଅମରେନ୍ଦ୍ର ଉକ୍ତ ପିକ୍ଅପ୍ ଭଡାରେ ଆଣିଥିବା ବେଳେ ବେପରୁଆ ଗାଡି ଚାଳନା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଉଦଳା ଡାକ୍ତରଖାନା ପଠେଇଛି । ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିକୁ ଖୋଜୁଛି ପୋଲିସ । ଏଭଳି କିଛି ଅସାମାଜିକ ବ୍ୟକ୍ତିଙ୍କ ବେପରୁଆ ଗାଡ଼ି ଚାଳନା ଓ ଅସାବଧାନତା ଯୋଗୁଁ ଯାଉଛି ଅନେକଙ୍କ ଜୀବନ । ଯାହା ଫଳରେ ଉଛ୍ଚନ ହେଇଯାଉଛି ସୁନାର ସଂସାର ।

You might also like