ପୁରୀ କୁମ୍ଭାରପଡା ଅଞ୍ଚଳରେ ଅଘଟଣ : ମୁକୁଳା ଡ୍ରେନରେ ଗଲା ଯୁବକଙ୍କ ଜୀବନ

ପୁରୀ: ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ । ପୁରୀ କୁମ୍ଭାରପଡ଼ା ଥାନା ଗଜପତି ନଗରରେ ଘଟିଛି ଘଟଣା ।  କୁମ୍ଭାରପଡା ଥାନା ଅଞ୍ଚଳରେ ଘଟିଲା ଅଘଟଣ ।  ଡ୍ରେନ ଘୋଡା ଯାଇ ନ ଥିବାରୁ ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଛି ।  ମୃତକ ହେଲେ ପ୍ରଦୀପ୍ତ ଚୋୖଧୁରୀ ।

ସୂଚନା ଅନୁସାରେ  ମୁକୁଳା ଡ୍ରେନରେ ପଡି ପୁରୀ କୁମ୍ଭାରପଡା ଥାନା ଅଧୀନ ଗଜପତି ନଗରରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।  ଅଞ୍ଚଳଦେଇ ଯାଇଥିବା ମୁକୁଳା ଡ୍ରେନରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ସକାଳୁ ଲୋକେ ଦେଖିବାକୁ ପାଇଥିଲେ ।  ଡ୍ରେନ ପାଣିରେ ମୃତ ଦେହଟି ଭାସୁଥିଲା ।  ତେବେ କେମିତି ବ୍ୟକ୍ତିଙ୍କ ମୃତ୍ୟୁ ହେଲା ତାହା ଜଣାପଡି ନାହିଁ ।  ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।