ମେଡିକାଲକୁ ଦେହ ଦେଖାଇବାକୁ ଆସି ଟିକେଟ କରୁଥିବା ବେଳେ ଚାଲିଗଲା ଜୀବନ

କାମାକ୍ଷାନଗର : ସତରେ ଏମିତି ବି ଆସେ ମୃତ୍ୟୁ l କାହାର କେତେବେଳେ ମୃତ୍ୟୁ ହେବ, ତାହା କହିବା ମୁସ୍କିଲ। ସେଇଥି ପାଇଁ କୁହାଯାଏ ଜୀବନ ପାଣି ଫୋଟକା ସହ ସମାନ। କେତେ ବେଳେ କଣ ହୋଇଯିବ ତାହା କହି ହେବନି। କାହା ଭାଗ୍ୟରେ କେତେବେଳେ ମୃତ୍ୟୁ ଆସିବ ତାହା କେହି ଜାଣି ପାରିବେନି । ଦେହ ଅସୁସ୍ଥ ଲାଗୁଥିଲା ସେଥିପାଇଁ ଧାଇଁ ଆସିଥିଲେ ମେଡିକାଲ । ହେଲେ ସୁସ୍ଥ ହେବା ବଦଳରେ ସବୁଦିନ ପାଇଁ ନିରବୀ ଗଲେ । କଥା ଦେଇଥିଲେ ପୁଅକୁ ମେଡିକାଲରୁ ଫେରି ଦୋକାନରେ ଦେଖା କରି କଥା ହେବେ ବୋଲି ପୁଅକୁ କହିବାକୁ ଥିବା କଥା ତାଙ୍କ ଭିତରେ ହିଁ ସବୁଦିନ ପାଇଁ ରହିଗଲା ।

ହଁ ଆଜ୍ଞା, ଜଣେ ବ୍ୟକ୍ତି ଦେହ ଦେଖାଇବାକୁ ମେଡିକାଲ ଆସି ଟିକେଟ କାଉଣ୍ଟରରେ ଟିକେଟ କରୁଥିବା ବେଳେ କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଗଲା । ଟିକେଟ କାଉଣ୍ଟରରେ ଠିଆ ହୋଇଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ ଆଉ ସଙ୍ଗେ ସଙ୍ଗେ ତାଙ୍କ ଜୀବନ ଚାଲିଯାଇଥିଲା । ଏକଥା ଶୁଣି ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଏହା ସତ । ଏହି ବ୍ୟକ୍ତିଙ୍କ ଏପରି ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଠାରେ l

କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମ ର ଗିରିଧାରୀ ବିଶ୍ୱାଳ ଆଜି ସକାଳେ ବସ ଯୋଗେ ଆସି କାମାକ୍ଷାନଗର ମେଡିକାଲରେ ନିଜର ଦେହ ଅସୁସ୍ଥ ରହିବା ସହ ମୁଣ୍ଡ ବୁଲାଉଥିବାରୁ ଡାକ୍ତର ଙ୍କୁ ଦେଖାଇବା କୁ ଆସି ମେଡିକାଲ ରେ ଥିବା ଟିକେଟ କାଉଣ୍ଟର ରେ ଟିକେଟ କରୁଥିଲେ l କିନ୍ତୁ ଧାଡ଼ି ରେ କିଛି ସମୟ ଛିଡା ହୋଇଥିବା ବେଳେ ହଠାତ ଗିରିଧାରୀ ସେଠାରେ ଟଳି ପଡ଼ିଥିଲେ l

ଧାଡିରେ ଛିଡା ହୋଇଥିବା ଅନ୍ୟ ଲୋକମାନେ ସଙ୍ଗେସଙ୍ଗେ ଡାକ୍ତରଙ୍କ ପରାମର୍ଶ କରାଇଥିଲେ। ଡାକ୍ତର ଦେଖିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଟଳି ପଡିବା ସ୍ଥାନଳେ ହିଁ ତାଙ୍କର ମୃତ୍ୟୁ ହୋଇଛି l ହାର୍ଟଆଟାକ ରେ ଗିରିଧାରୀ ଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ଏ ନେଇ ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ତେବେ ମୃତ ଗିରିଧାରି ଗରିବ ଶ୍ରେଣିର ହୋଇଥିବା ବେଳେ ତାଙ୍କର ଏକମାତ୍ର ପୁଅ କାମାକ୍ଷାନଗରର ଏକ ମୋବାଇଲ ଦୋକାନରେ ରହି ରୋଜଗାର କରୁଥିଲେ । ଗିରିଧାରି ମେଡିକାଲରେ ଦେହ ଦେଖାଇବା ପରେ ପୁଅ ରହୁଥିବା ଦୋକାନକୁ ଯାଇ ପୁଅକୁ ଦେଖାକରି ଘରକୁ ଯାଇଥାଆନ୍ତେ । କିନ୍ତୁ ବୀଧିର ବିଧାନ ଥିଲା କିଛି ଅଲଗା । ପୁଅକୁ ଦେଖା କରିବା ପୂର୍ବରୁ ବାପାର ମୃତ୍ୟୁ ହୋଇଯାଇଛି । ପୁଅକୁ ଯେଉଁ କଥା କହିଥାଆନ୍ତେ ସେହି କଥା ତାଙ୍କ ଭିତରେ ହିଁ ସିମୀତ ରହିଗଲା । ଖବର ପାଇ ଗିରିଧାରିଙ୍କ ପୁଅ ମେଡିକାଲରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିବା ଜଣାପଡିଛି ।

 

 

 

You might also like