ଉପରୁ ଖସିଲା ଯମ ! ମା’ଙ୍କ ଦର୍ଶନ ସାରି ଗଛ ତଳେ ଛିଡା ହୋଇଥିବା ବେଳେ ଡ଼ାଳ ପଡ଼ି ବ୍ୟକ୍ତି ମୃତ

ଭଞ୍ଜନଗର(କେ ନ୍ୟୁଜ): ମୃତ୍ୟୁ ଏମିତି ବି ଆସେ । କେଉଁ ରୂପରେ କେତେବେଳେ କାଳ ଆସି ଜୀବକୁ ନିଜ କରାଳ ଛାୟାକୁ ନେଇଯାଏ ସେବିଷୟରେ କହିବା ଅସମ୍ଭବ । ଖାଲି ଖାଲିରେ ବି ଏପରି ଘଟଣା ମାନ ଘଟିଯାଏ ଯେଉଁ କାରଣରୁ ଅକାଳେ କେତେଯେ ଜୀବନ ଯାଏ ସେ ବିଷୟରେ କହିବା ହୁଏତ ଅସମ୍ଭବ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଭଂଜନଗର ଅଂଚଳରେ । ସେଦିନ ବାତ୍ୟା କି ପବନର ପ୍ରଭାବ ନଥିଲା । ରାସ୍ତା କଡ ଗଛତଳେ ନିଜର ଅଟୋ ରଖି, ଗଛତଳେ ଠିଆ ହୋଇଥିଲେ ଡ୍ରାଇଭର ଜଣଙ୍କ । ହଠାତ୍ ଗଛ ଉପରୁ ଏକ ବିରାଟକାୟ ଡାଳ ଖସି, ମୁଣ୍ଡ ଉପରେ ପଡିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ଜଣକ , ନିକଟସ୍ଥ ହରିଗଡ ଗ୍ରାମର ନୀଳମଣି ସାହୁ ବୋଲି ଜଣାଯାଇଛି ।

ଘଟଣା ସ୍ଥଳରେ ଭଂଜନଗର ଥାନା ପୋଲିସ ପହଞ୍ଚି ମୃତଦେହକୁ ଉଧାର କରି, ଭଂଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିଲେ । ସୂଚନା ମିଳିବା ଅନୁଯାୟୀ ଉକ୍ତ ଡ୍ରାଇଭର ଜଣଙ୍କ କିଛି ଯାତ୍ରୀଙ୍କୁ ଅଟୋରେ ନେଇ ଯାଉଥିଲେ । ଗୁଜୁରାଳି ଗାଁ ନିକଟ ରାସ୍ତା କଡ଼ରେ ଥିବା ମା’ପାଟଖଣ୍ଡାଙ୍କ ମନ୍ଦିର ନିକଟରେ ଅଟୋ ରଖି, ଠାକୁରାଣୀଙ୍କ ଦର୍ଶନ କରି, ନିକଟସ୍ଥ ଗଛତଳେ ଠିଆ ହୋଇଥିବା ବେଳେ ଏଭଳି ଏକ ଘଟଣା ଘଟିଥିଲା ।

Leave A Reply

Your email address will not be published.