ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

କାମାକ୍ଷାନଗର : ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇ ମୃତ । କଙ୍କଡାହାଡ଼ ଥାନା କାମାକ୍ଷାନଗର – କଙ୍କଡାହାଡ଼ ପୂର୍ତ୍ତ ବିଭାଗ ରାସ୍ତାର ତିଲେଇବେରେଣୀ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକଅପ ଭ୍ୟାନରେ ଦଣ୍ଡାଧର ଡ୍ୟାମ ସାଇଡରୁ ହାଟ ସାରି କିଛି ବ୍ୟବସାୟୀ କାମାକ୍ଷାନଗର ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।

ତିଲେଇବେରେଣୀ ନିକଟରେ ଥିବା ବୁଲାଣିରେ ବାଇକ ଚାଳକ ଭାରସାମ୍ୟ ହରାଇ ପିକଅପ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଫଳରେ ବାଇକରେ ଥିବା ଦୁଇଜଣ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାପିକଅପ ଭ୍ୟାନଟି ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା ।

କଙ୍କଡ଼ାହାଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକଅପ ଭ୍ୟାନ ସହ ବାଇକ ସହ ଦୁଇ ମୃତଦେହକୁ ମଧ୍ୟ ଜବତ କରିଛି । ବାଇକ ଆରୋହୀ ଦୁଇ ଜଣଙ୍କ ପରିଚୟ ମିଳିପାରିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

You might also like