ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ପ୍ରାଣ ଗଲା

ସୋରଡା(କେନ୍ୟୁଜ୍): ଆଜିକାଲି ବଢିଚାଲିଛି ଅପରାଧ ଆଉ ଅପରାଧୀଙ୍କ ସଂଖ୍ୟା । ପୋକ ମାଛି ଭାବି ମଣିଷ ମଣିଷର ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନାହିଁ । ଆଗପଛ ବିଚାର କରିବାର ଜ୍ଞାନ ହରାଇଲାଣି ମଣିଷ । ସାମାନ୍ୟ କଥାକୁ ନେଇ ଘଟାଉଛି ଏଭଳି କାଣ୍ଡ ଯାହା ଏ ମଣିଷ ଜାତି ପାଇଁ ଲଜ୍ଜା ।

କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ଆଖିର ଲୁହ ବୋଲମାନୁନି । କିଏ କାହାକୁ ବୁଝାଇବେ, କିଛି ମୁଣ୍ଡରେ ପଶୁନି । ଧର୍ଯ୍ୟହରା ପରିବାର ଲୋକେ, ଛାତି ବାଡେଇ କାନ୍ଦୁଛନ୍ତି । ଏପଟେ ତୁହାକୁ ତୁହା ଚେତାବୁଡି ଯାଉଛି ମହିଳାଙ୍କର । ବଡ ଦୁଃଖର ଘଟଣା ଘଟିଛି ଏହି ପରିବାରେ ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଇ ପରିବାରର ଭେଣ୍ଡିଆ ରୋଜଗାରିଆ ଯୁବକଙ୍କ ଜୀବନ ନେଇଯାଇଛନ୍ତି ଦୁର୍ବୃତ୍ତ । ବଡ଼ଗଡ଼ ଥାନା ଅଧୀନ ଧରାକୋଟ ବ୍ଲକ ଶୁଣ୍ଢୀପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ମୃତ ଯୁବକ ଜଣକ ହେଲେ ମିଟୁ ବିଷୋୟୀ ।

ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ବୁଧବାାର ରାତି ପ୍ରାୟ ୧୦ଟା ସମୟରେ ମିଟୁ ବିଷୋୟୀ ଓ କାଳୁ ନାୟକଙ୍କ ମଧ୍ୟରେ ହୋଇଥିଲା ବଚସା । ଆଉ ଏଥିରେ କାଳୁ ଉତକ୍ଷିପ୍ତ ହୋଇ ମିଟୁଙ୍କୁ ଅତର୍କିତ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

ତେବେ ଘଟଣାର କିଛି ସମୟ ଭିତରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମିଟୁଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଆସ୍କା ମେଡ଼ିକାଲରେ ଭର୍ତି କରିଥିଲେ । ପରବର୍ତୀ ସମୟରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ସାରି ଫେରୁଥିବା ବେଳେ ମିଟୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଆଉ ଏସବୁ ହେଉଛି ଘଟଣା ପରର ଛାତିଫଟା ଦୃଶ୍ୟ । ମିଟୁଙ୍କୁ ହରାଇ ପରିବାର ଲୋକେ, ଗ୍ରାମବାସୀ ମ୍ରିୟମାଣ । ଏପଟେ ବଡ଼ଗଡ଼ ପୋଲିସ୍ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚି ପଚରାଉଚରା କିରିଛି । ଏହାସହିତ ଅଧିକ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କାଳୁ ନାୟକଙ୍କୁ ଗିରଫ କରିଛି ।

ତେବେ କିଛି ସମୟର ରାଗ,ଅହଙ୍କାର, ସ୍ୱାର୍ଥ ପାଇଁ ଏମିତି କଣ କିଏ କାହାର ଜୀବନ ନେଇଯିବାଟା ଠିକ୍? ଟିକେ ଏଇ ମଣିଷ ଚିନ୍ତା କରୁନି କି କାହାର ଜୀବନ ନେବା ପରେ ତା ପରିବାରର ଅବସ୍ଥା କଣ ହବ? ଆମେ ପା ମଣିଷ ଠିକ୍ ଭୁଲ୍ ବାଛ ବିଚାର କରିବାର ଶକ୍ତି ଆମର ହିଁ ଅଛି । ତେଣୁ ଏଭଳି ଅପରାଧୀକୁ କଠୋରରୁ ଅତି କଠୋର ଦଣ୍ଡ ଦେବା ନିହାତୀ ଉଚିତ୍ ।

 

You might also like