ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ: ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ !

ପୁରୀ(କେନ୍ୟୁଜ୍‌): ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ଡ୍ରେନ୍ ସଫା କରିବା ପାଇଁ ସ୍ଲାବ ଉଠାଇ ଦିଆଯାଇଥିଲା । ତେବେ ଗତକାଲି ରାତିରେ ସେହି ବାଟ ଦେଇ ଯାଉଥିବାବେଳେ ଜଣେ ଯୁବକ ହଠାତ୍ ଡ୍ରେନରେ ପଡିଯାଇଥିଲେ। ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତ ଯୁବକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।

ଅନ୍ଯପଟେ  ଡ୍ରେନରେ ପଡି ମୃତ୍ୟୁ ହୋଇଛି ନା କିଏ ତାଙ୍କୁ ହତ୍ୟା କରି ପକାଇ ଦେଇଛି, ତାହା ସନ୍ଦେହ ଘେରରେ ରହିଛି ଥିବାବେଳେ କୁମ୍ଭାରପଡ଼ା ଥାନା ପୋଲିସ୍ ପହଁଚି ଘଟଣାସ୍ଥଳରେ ତଦନ୍ତ କରୁଛି ।

Leave A Reply

Your email address will not be published.