ସୀମା ଟପିଲା ବର୍ବରତା: ଗରମ ତେଲ ଢାଳି ଜଣଙ୍କୁ ହତ୍ୟା, ୨ ଗିରଫ

ନୟାଗଡ (କେନ୍ୟୁଜ୍): ବୀଭତ୍ସ ହତ୍ୟା। ଗରମ ତେଲ ଢାଳି ଜଣଙ୍କୁ ହତ୍ୟା । ନୟାଗଡ ଜିଲ୍ଲା ଶରଣକୂଳ ଥାନା ଚଢେଇୟାପଲୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ଘଟଣାରେ ଶରଣକୂଳ ପୋଲିସ ୨ଜଣଙ୍କୁ ଗିରଫ କରିଛି । ମୃତକ ସେହି ଗାଁର ମଣିଆ ପ୍ରଧାନ । ବାକି ଟଙ୍କା ମାଗିବାରୁ ମଣିଆଙ୍କୁ ହତ୍ୟା କରିଛନ୍ତି ଶ୍ରୀମତି ପାଳ ଓ ତାଙ୍କ ଜ୍ୱାଇଁ ସନ୍ତୋଷ ଜେନା ।

ଗତ ୬ ତାରିଖରେ ମଣିଆଙ୍କୁ ଘରକୁ ଡାକି ତାଙ୍କ ଉପରେ ଗରମ ତେଲ ପକାଇଦେଇଥିଲେ ଶ୍ରୀମତି ଓ ସନ୍ତୋଷ । ଏଥିରେ ମଣିଆଙ୍କ ସମ୍ପୁର୍ଣ୍ଣ ଶରୀର ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି । ଆଉ କାହାର ହତ୍ୟାକାଣ୍ଡରେ ସଂପୃକ୍ତି ରହିଛି, ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.