ସ୍କୁଟି ଧକ୍କାରେ ସାଇକେଲ ଆରୋହୀ ମୃତ, ସ୍କୁଟି ଚାଳକ ଗୁରୁତର

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ବରପୁଟ ପଞ୍ଚାୟତ ବଡ଼ବନ୍ଧ  ରାସ୍ତାରେ ସ୍କୁଟି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କାଳିପୋଇ ପଞ୍ଚାୟତ ଜଗନ୍ନାଥ ସାହିର ସଞ୍ଜୟ କୁମାର ମହାରଣା ବୋଲି ପରିଚୟ ମିଳିଛି । ମୃତ ସଞ୍ଜୟ ବରପୁଟ ଗାଁରୁ ନିଜ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ବରପୁଟ ଶବର ସାହିର ସ୍କୁଟି ଚାଳକ ରବି ବେହେରା  ତାଙ୍କୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍କୀ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ବାଙ୍କୀ ପୋଲିସ ଘଟଣାସ୍ଥଳରେ ପଂହଁଚି ସାଇକେଲ ଓ ସ୍କୁଟିକୁ ଜବତ କରି ତଦନ୍ତ ଚଳାଇଛି ।