ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା, ଜଣେ ମୃତ

ଅନୁଗୋଳ : ଅନୁଗୋଳ ଜିଲ୍ଲା ସାନକେରେଜାଙ୍ଗ ଗାଁ ଗୋଛାୟତ ସାହିରେ ଅଘଟଣ | ଘରର କାନ୍ଥ ଭୁଶୁଡି ଜଣେ ମୃତ | ମୃତ ବ୍ୟକ୍ତି ହେଲେ ପରଭା ଗୋଛାୟତ | ବୃଦ୍ଧା ଘରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡି ପଡିଥିଲା | କିଛି ସମାଜସେବୀ ବୃଦ୍ଧାଙ୍କୁ ଉଦ୍ଧାର କରି  ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  |