ମାଛ ଧରିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ମହାକାଳପଡା(କେନ୍ୟୁଜ୍): ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍‌ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।

ଖବର ପାଇ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରିଥିଲେ । ହେଲେ ଏପର୍ଯ୍ୟନ୍ତ ନାଗାଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.