ପୂର୍ବ ଶତ୍ରୁତାରୁ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସମା ଗ୍ରାମ ମେଡିକାଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ସିକୁଳା ଗ୍ରାମର ସୁମନ୍ତ ମହାପାତ୍ର ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ନିଜ ଘର ଅଭିମୁଖେ ଆସିବା ସମୟରେ ଦୁର୍ବୃତ୍ତ ମାନେ ସଂଘବଦ୍ଧ ଭାବେ ସମା ସିକୁଳା ରାସ୍ତା ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସୁମନ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କରି ସୁମନ୍ତଙ୍କୁ ଆକ୍ରମଣ କରାଯାଇଥିବା ବେଳେ ପୁରୁଷୋତ୍ତମପୁର ଥାନା ପୋଲିସର ତଦନ୍ତ ଆରମ୍ଭ । ବର୍ତ୍ତମାନ ସୁଧା ଘଟଣାରେ କେହି ଅଟକ ରହିନଥିବା ବେଳେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ ।
ଆହୁରି ପଢ଼ନ୍ତୁ : ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ଗଣ୍ଡଗୋଳ, ୭ ଗିରଫ