ବାପା ଚାଲିଗଲେ ଆରପାରିକୁ ପୁଅ ଏବେ ଆଇସିୟୁରେ

ଜଳେଶ୍ୱର :  କଥାରେ ଅଛି ଦୁଃଖ ଯେତେବେଳେ ଆସେ ସାହି ପଡିଶାକୁ ସାଥିରେ ନେଇ ଆସେ । ଠିକ୍‌ ସେମିତି ଘଟିଛି ଏଇ ପରିବାରରେ । ବାପା ହୃଦ୍‌ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଗଲେ । ହେଲେ ବାପାଙ୍କ ମୃତ୍ୟୁ ପୁଅକୁ ଏତେ ଆଘାତ ଦେଲା ଯେ ସହି ପାରିଲାନି । ହୃଦଘାତ ସହିତ ହେଲା ବ୍ରେନ ହାମାରେଜ । ଏବେ ଡାକ୍ତରଖାନାର ଆଇସିୟୁ ଭିତରେ ମୃତ୍ୟୁ ସହିତ ସଂଗ୍ରାମ କରୁଛି ପୁଅ । ଏପଟେ ସ୍ୱାମୀଙ୍କର ଏପରି ଅବସ୍ଥା ଦେଖି କାନ୍ଦି କାନ୍ଦି ବେହୋସ୍‌ ହୋଇ ପଡୁଛନ୍ତି ସ୍ତ୍ରୀ । ଏଣେ ପାଖରେ ପଇସା ନଥିବାରୁ ପୁଅକୁ ଭଲ କରିବା ପାଇଁ ନେହୁରା ହେଉଛନ୍ତି ମାଆ । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବସନ୍ତପୁର ଗାଁରୁ ଆସିଛି ହୃଦୟକୁ ବିଦାରି ଦେବା ଭଳି ଖବର ।

ଏହି ଗାଁର ବିଷ୍ନୁପଦ ପରିଡା । ଅମର୍ଦାରୋଡ ବଜାରରେ ଏକ ଛୋଟ ପାନ ଦୋକାନ କରି ଚଳନ୍ତି କିନ୍ତୁ ନିଷ୍ଠୁର ବିଧାତା ତାଙ୍କ ଖୁସିକୁ ସହି ପାରିଲେନି । ହସଖୁସିର ପରିବାର ଉପରେ ଛାଇ ଦେଲେ ଦୁଃଖର କଳା ବାଦଲ । ପ୍ରଥମେ ବିଷ୍ଣୁପଦଙ୍କ ବାପା ସୁବୋଧ ପରିଡା ହୃଦ୍‌ ରୋଗରେ ଶିକାର ହେଲେ । ଯାହା କିଛି ସଂଚୟ କରି ରଖିଥିଲେ ସେତିକିରେ ହେଲାନି । ଜମିବାଡି ବିକ୍ରି କରି ବାପାଙ୍କ ଚିକିତ୍ସାରେ ସାରିଦେଲେ ସିନା ବାପାଙ୍କୁ କିନ୍ତୁ ବଂଚାଇ ପାରିଲେନି ପୁଅ ବିଷ୍ଣୁପଦ । ଦୁଇ ମାସ ତଳେ ଆଖି ବୁଜି ଦେଲେ ବାପା । ଏତିକିରେ ସରି ନଥିଲା ତାଙ୍କ ପରିବାରର ଦୁଃଖ । ତଥାପି ସଂଘର୍ଷ ଚଳାଇ ଥିଲେ ପରିବାର ପାଇଁ । ତେବେ ମଣିଷର ଚିନ୍ତା ଗୋଟେ ଆଡ଼େ ଭାଗ୍ୟ ଆଉ ଗୋଟିଏ ଆଡ଼େ । କିଛି ଦିନ ତଳେ ପାନ ଦୋକାନରେ ବସିଥିବା ବେଳେ ଛାତିରେ ହଠାତ୍‌ ଯନ୍ତ୍ରଣା ଅନୁଭବ କଲେ ବିଷ୍ଣୁପଦ । ପରିବାର ଲୋକେ ତାଙ୍କୁ ପ୍ରଥମେ ବସ୍ତା ହସପିଟାଲ ପରେ ଭୁବନେଶ୍ୱରରର ଏକ ଘରୋଇ ହସପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ଯାହା କହିଲେ ସମସ୍ତଙ୍କ ପାଦତଳୁ ମାଟି ଖସିଗଲା । ବିଷ୍ଣୁପଦ ଏକା ସାଙ୍ଗରେ ହୃଦଘାତ ଓ ବ୍ରେନ ହାମରେଜ ସହିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ହୋଇଛନ୍ତି । ଯାହାର ଚିକିତ୍ସା ପାଇଁ ୧୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ବାପାଙ୍କ ଚିକିତ୍ସାରେ ସମସ୍ତ ଅର୍ଥ ସରି ଯିବା ପରେ ତାଙ୍କ ଚିକିତ୍ସା ପାଇଁ ପରିବାର ପାଖରେ କାଣି କଉଡିଟିଏ ବି ନାହିଁ । ସ୍ୱାମୀଙ୍କର ଏପରି ଅବସ୍ଥାରେ ସ୍ତ୍ରୀ ଗୌରୀବାଳା କଣ କରିବେ ନକରିବେ କିଛି ବି ଭାବି ପାରୁ ନାହାନ୍ତି । ସେପଟେ ସ୍ୱାମୀଙ୍କୁ ହରାଇବା ପରେ ପୁଅର ଏ ଦୁର୍ଦ୍ଦଶା ଦେଖି ମାଆ ବି ସ୍ତବଧ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ସ୍ୱାମୀଙ୍କ କରାଯାଇଥିଲା । ଆଉ ପାଖରେ କିଛି ବି ନାହିଁ । ଏପରି ଦୁର୍ଦିନ ସମୟରେ ପୁଅର ଜୀବନ ବଂଚାଇବା ପାଇଁ କାକୁତି ମିନତୀ ହେଉଥିବା ବୃଦ୍ଧା ମାଆ ସୁମତି ପରିଡ଼ା ।

ବିଷ୍ଣୁପଦ ଅତି ଗରିବ ପରିବାରର । ଜମିବାଡି କହିଲେ ସ୍ୱଳ୍ପ କିଛି ଚାଷଜମି ଆଉ ଭଙ୍ଗା ଟାଇଲ ଘରଟିଏ । ବାପା ପରେ ପୁଅର ଚିକିତ୍ସାରେ ତ ସବୁ ଟଙ୍କା ଗଲା ଏବେ ଚଳିବ କେମିତି ପରିବାର ? ପୁଅର ଜୀବନ ବଂଚାଇବା ପାଇଁ କାନ୍ଦି କାନ୍ଦି ହାତ ଯୋଡି ସରକାରଙ୍କୁ ଗୁହାରି କରୁଛନ୍ତି ମାଆ । ପଡୋଶୀ ବି ସହାୟତା ପାଇଁ ସରକାରଙ୍କ ସମେତ ଲୋକଙ୍କୁ ନିବେଦନ କରିଛନ୍ତି ।

FVO – ଯଦି ଆପଣ ମାନେ ବିଷ୍ଣୁପଦଙ୍କୁ ସହାୟତା କରିବା ପାଇଁ ଚାହାନ୍ତି ତାହାହେଲେ ଏହି ଠିକଣାରେ ଯୋଗାଯୋଗ କରି ପାରିବେ-

ଆକାଉଣ୍ଟ ଡିଟେଲ୍ସ :

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ
ବ୍ରାଞ୍ଚ୍ – ଅମର୍ଦା ରୋଡ
ବିଷ୍ଣୁପଦ ପରିଡା
ଆକାଉଣ୍ଟ ନମ୍ବର-34259441290
IFSC Code-SBIN0006420
ଫୋନ୍ ପେ ନମ୍ବର-7077662476

ବାଲେଶ୍ୱର ଜିଲ୍ଲା ରୁ ରାଧାଗୋବିନ୍ଦ ଦାସଙ୍କ ରିପୋର୍ଟ କେନ୍ୟୁଜ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.