ଯାଜପୁର: ମାଛ ଧରୁଥିବା ବେଳେ ଯୁବକଙ୍କୁ ଟାଣିନେଲା କୁମ୍ଭୀର, ବର୍ତ୍ତମାନ ସୁଦ୍ଧା ମିଳୁନି ପତ୍ତା

ଯାଜପୁର ଟାଉନ (କେନ୍ୟୁଜ୍):ମାଛ ଧରୁଥିବା ବେଳେ ଯୁବକଙ୍କୁ ପାଣି ଭିତରକୁ ଟାଣିନେଲା କୁମ୍ଭୀର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଉଦୟନାଥପୁର ପଂଚାୟତରେ । ନିଖୋଜ ଯୁବକ ହେଉଛନ୍ତି କହରାଗଣ୍ଡ ଗାଁ ର ମୁରଲୀଧର ମଲିକଙ୍କ ପୁଅ ସୌମ୍ୟରଂଜନ। ଆଜି ଖରସ୍ରୋତା ନଦୀର ଶାଖା ଚିଙ୍ଗୁଡ଼ିଆନାଳରେ ଦୁଇ ଭାଇ ମାଛ ଧରିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପ୍ରଥମେ ବଡ଼ ଭାଇକୁ କୁମ୍ଭୀର ଟାଣି ନେଇଥିବା ବେଳେ ନଦୀ ଆରପଟେ ଥିବା ସାନ ଭାଇ ସୌଭାଗ୍ୟକୁ ଡାକ ପକାଇଲା ।

crocodile jajpur

ସୌଭାଗ୍ୟ ଯିବା ସମୟରେ କୁମ୍ଭୀରଟି ବଡ଼ଭାଇକୁ ନଦୀ ଭିତରକୁ ଟାଣି ନେଇଯାଇଥିଲା । ସ୍ଥାନୀୟ ଲୋକେ ବହୁ ସମୟ ଧରି ଖୋଜାଖୋଜି କରି ବିଫଳ ହୋଇଥିଲେ। ପରେ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳଯାଇଛି। ଅନ୍ୟପଟେ ବରି ବିଧାୟିକା ସୁନନ୍ଦା ଦାସ ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ନିଖୋଜ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.