ଅନୁଗୁଳ ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ

ଅନୁଗୁଳ(କେନ୍ୟୁଜ୍): ଡ୍ୟାମରେ ବୁଡ଼ି ଜଣେ ନିଖୋଜ। ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ପ୍ରୋଜେକ୍ଟରେ ବୁଡ଼ି ଜଣେ ନିଖୋଜ। ନିଖୋଜ ଜଣକ ନାଲକୋନଗରର ଅବସରପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାଂଶୁ ହୋତା। ଗତକାଲି ନିଜର ଅନ୍ୟ ୩ ଜଣ ସାଙ୍ଗଙ୍କ ସହ ବିଭାଂଶୁ ଡେରଜେଙ୍ଗ ପ୍ରୋଜେକ୍ଟକୁ ଫ୍ରେଣ୍ଡସିପ୍‌ ପାଳନ କରିବାକୁ ଯାଇଥିଲେ।

୪ ସାଙ୍ଗ ଖାଇ ସାରିବା ପରେ ହାତଧୋଇବା ପାଇଁ ଡ୍ୟାମ୍‌ ନିକଟକୁ ଯାଇଥିଲେ। କିନ୍ତୁ ବିଭାଂଶୁଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ସାଙ୍ଗ ମାନେ ଉଦ୍ଧାର କରି ପାରି ନଥିଲେ। ଖବର ଜଣାପଡ଼ିବା ପରେ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛି। ଓଡ୍ରାଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.