ଭଂଜନଗର : ବରଙ୍ଗ ନାଳରେ ଗାଧୋଉଥିବା ବେଳେ, ଜଳସ୍ରୋତରେ ଭାସିଯାଇ ଯୁବକ ମୃତ । ଭଂଜନଗର ଥାନା ଅନ୍ତର୍ଗତ, ପଢାଳ ଗାଁ ନିକଟରେ ଘଟିଛି ଏପରି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଧାର କରିଛି । ମୃତ ଯୁବକ, ଭଂଜନଗର ବାଗଦେବୀ ରୋଡ ବାସିନ୍ଦା ବିନାୟକ ମହାପାତ୍ର ବୋଲି ଜଣାପଡିଛି । ମୃତ ଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ ।