ମାଛ ଧରୁଥିବା ବେଳେ ପାଣିରେ ବୁଡି ମତ୍ସ୍ଯଜୀଵୀଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ପୋଲିସ

ଛତ୍ରପୁର: କେନାଲରେ ମାଛ ଧରିବା ହେଲା କାଳ । ଜାଲରେ ମାଛ ଧରୁଥିବା ବେଳେ କେନାଲରେ ବୁଡି ଜଣେ ମତ୍ସ୍ୟଜୀଵୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରମ୍ଭା ଥାନା ଅଧୀନ ପୋଡ଼ମପେଟା ଅଂଚଳର ସି. ଏଚ. ଗୁ୍ରେୟା । ସେ ପ୍ରତ୍ୟେକ ଦିନ ଭଳି ଆଜି ବି ଜାଲ ଧରି କେନାଲକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଭୋର ସମୟରେ ସାଏଵ କେନାଲରେ ଏକୁଟିଆ ମାଛ ଧରୁଥିବା ବେଳେ ପାଣିରେ ବୁଡି ଯାଇଥିଲେ। ଫଳରେ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ ବି ତାଙ୍କର ମୃତ୍ୟୁ ହୋଇ ସାରିଥିଲା । କେନାଲରେ ପାଣି ଅଧିକ ଥିବାରୁ ସେ ବୁଡି ଯାଇଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି।