ନାଳ ପାଖରେ ଜଗି ବସିଥିଲା ଯମ, ଭେଣ୍ଡିଆ ପୁଅକୁ ହରାଇ ବେସାହାରା ହୋଇଗଲା ପୁରା ପରିବାର

ଭୋରୁ ଭୋରୁ ଶୌଚ ହେବାକୁ ନାଳ ପାଖକୁ ଯାଇଥିଲେ ଯୁବକ । କିନ୍ତୁ ନାଳ ପାଖରେ ଜଗି ବସିଥିଲା ଯମ । ଅସାବଧାନତାରୁ ଯୁବକଙ୍କର ଗୋଡ ଖସି ଗଲା ଆଉ ଭୋରୁ ହୋଇଥିବାରୁ ଯୁବକ ବୁଡି ଯାଉଥିବା ବି କେହି ଜାଣି ପାରିଲେନି । ସକାଳ ହେବା ପରେ ନାଳରେ ମୃତଦେହ ଭାସୁଥିବାର ଦେଖିଥିଲେ ସ୍ଥାନୀୟ ଲୋକେ ।
ତେବେ ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କିଙ୍ଗୋଳ ଗାଁରେ ଘଟି ଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ଗାଁର ବିଷ୍ଣୁ ପ୍ରସାଦ ମଲ୍ଲିକ ଶୌଚ ହେବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ବିଷ୍ଣୁ ଭୋର୍ ସମୟରେ ଗାଁର ଶନି ମନ୍ଦିର ପାଖ ପଥରଡଗା ନାଳକୁ ଶୌଚ ହେବାକୁ ଯାଇଥିଲେ । କିନ୍ତୁ ହଠାତ ତାଙ୍କ ଗୋଡ ଖସି ଯିବାରୁ ସେଠାରେ ସେ ମୃତ୍ୟୁ ବରଣ କରିଛନ୍ତି । ପରେ ସ୍ଥାନୀୟ ଲୋକେ ନାଳଭିତରେ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇ ବିଷ୍ଣୁଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ ।
ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ନା ଦେଖେ ବୟସ । ଏ ଯୁବକ ବି ଏମିତି ମୃତ୍ୟୁ ମୁଖରେ ପଡିଲେ ଯେ ତାଙ୍କୁ ଉଦ୍ଧାର କରିବାକୁ ପାଖରେ କେହି ନଥିଲେ । ଏବେ ପୁଅକୁ ହରାଇ ପୁରା ପରିବାର ବେସାହାରା ହୋଇ ପଡିଛି । ଏବେ ବର୍ଷା ଦିନ ହୋଇଥିବାରୁ ନଈ ନାଳ ପାଣିରେ ଭରି ଯାଇଛି । ତେଣୁ ଏଭଳି ସ୍ଥାନକୁ ଯିବାରୁ ଦୁରେଇ ରୁହନ୍ତୁ । ନଚେତ ଏମିତି ଦୁର୍ଘଟଣା ହେବାର ଯଥେଷ୍ଟ ସମ୍ଭାବନା ରହୁଛି ।