କଟକ ସାମନ୍ତରାପୁର ଅଞ୍ଚଳରେ ପୋଖରୀରେ ବୁଡି ଗଲା ଯୁବକଙ୍କ ଜୀବନ

କଟକ: ପୋଖରୀରେ ବୁଡି ଗଲା ଜୀବନ। କଟକ କିଶନନଗର ଥାନା ଅଧୀନ ସାମନ୍ତରାପୁର ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଚିନ୍ତାମଣି ବେହେରା। ସକଳୁ ସେ ଶୌଚ ହେବା ପାଇଁ ଯାଇଥିବାବେଳେ ଗୋଡ ଖସିଯାଇ ପୋଖରୀରେ ବୁଡି ଯାଇଥିଲେ।

ଦୀର୍ଘ ଘଣ୍ଟା ଧରି ଘରକୁ ନଫେରିବାରୁ ପରିବାରଲୋକେ ଖୋଜାଖୋଜି କରିବା ପରେ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। କିଶନନଗର ପୋଲିସ ମୃତଦେହ ପୋଖରୀରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ଯୁ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.