ରାଜ୍ୟ

ଛାତରୁ ଖସିପଡ଼ିଲେ ଯୁବକ, ମଳଦ୍ୱାରରେ ପଶି ଗଲା ଶାବଳ

ବାଲିଗୁଡା (କେନ୍ୟୁଜ): କୋଟଗଡ ଥାନା ତଳ ସୁବର୍ଣ୍ଣଗିରି ଗାଁରେ ଅଘଟଣ। ଯୁବକଙ୍କ ମଳଦ୍ୱାରରେ ପଶି ଗଲା ଶାବଳ। ଫଳରେ ଯୁବକ ଜଣଙ୍କ ଗୁରୁତର ଅଛନ୍ତି। ଯୁବକ ଜଣକ ହେଲେ ତଳ ସୁବର୍ଣ୍ଣଗିରି ଗାଁର ଶକ୍ତି ପାଟଗୁରୁ। ଗୁରୁତର ଅବସ୍ଥାରେ ଶକ୍ତିଙ୍କୁ ପ୍ରଥମେ କୋଟଗଡ଼ ଓ ପରେ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ଯୁବକଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ତଳ ସୁବର୍ଣ୍ଣଗିରି ସରକାରୀ ସ୍କୁଲ ରିପେରିଙ୍ଗ କାର୍ଯ୍ୟ କରୁଥିବା ସମୟରେ ଆଜବେଷ୍ଟ ଭାଙ୍ଗି ଶାବଳଟି ଖସି ପଡି ଭୂମିରେ ଉପରକୁ ମୁନିଆ ପଟେ ରହିଥିଲା। ପରେ ଶକ୍ତି ବି ଆଜବେଷ୍ଟ ଉପରୁ ଖସି ପଡ଼ିଥିଲେ। ଏତିକି ବେଳେ ଭୂମିରେ ଉପର ମୁହାଁ ହୋଇ ରହିଥିବା ଶାବଳଟି ଶକ୍ତିଙ୍କ ମଳଦ୍ୱାରରେ ପଶି ଯାଇଥିଲା । ଶାବଳଟି ପଶିବା ପରେ ଶକ୍ତିଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଏବେ ଶକ୍ତିଙ୍କୁ ବ୍ରହ୍ମପୁର ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।

Barsha

Recent Posts

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

5 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

36 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

38 mins ago

ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି, କେକେଆର ଏବଂ ଶାହରୁଖଙ୍କ ମିଳିଲା ଶୁଭେଚ୍ଛା

ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…

1 hour ago

ଲଞ୍ଚ ହେବ Motorola Moto G85, ୟୁଜରଙ୍କୁ ପସନ୍ଦ ଆସିବ କର୍ଭଡ୍‌ ସ୍କ୍ରିନ୍‌ ସରଫେସ୍‌

Motorola Moto G85 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି ଏବଂ ସ୍ମାର୍ଟଫୋନର ରେଣ୍ଡରଗୁଡିକ ସାମ୍ନାକୁ ଆସିଛି ।…

1 hour ago

ଭୁବନେଶ୍ବରରୁ ସିଧା ମାଲେସିଆ, ସପ୍ତାହରେ ଚାରି ଦିନ ଉଡ଼ିବ ବିମାନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବରରୁ ସିଧାସଳଖ କୁଆଲାଲମ୍ପୁରକୁ ଉଡ଼ିଲା ବିମାନ। ଗତକାଲି ରାତିରୁ ବିମାନ ସେବା ଆରମ୍ଭ ହୋଇଛି । ଏୟାର…

1 hour ago