ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସର୍ମ୍ପକ ପରେ ଛାଡିଦେଲେ ହାତ, ଏବେ ଦୁଇମାସ ଶିଶୁକନ୍ୟାକୁ ଧରି ବିବାହିତ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଲେ ଯୁବତୀ

ଦୁଇ ମାସର ଶିଶୁକନ୍ୟାକୁ ଧରି ନ୍ୟାୟ ଅପେକ୍ଷାରେ ଯୁବକଙ୍କ ଘର ଆଗରେ ବସିଲେ ଯୁବତୀ। ଏମିତି ଏକ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ପାଣ୍ଡି ଅଧିନସ୍ଥ ଝିଲ୍ଲୀ ଗ୍ରାମରେ।  ସୂଚନାଯୋଗ୍ୟ, ଗ୍ରାମର ମାନସ ବେହେରା ସେହି ଗ୍ରାମର ଜୈନିକ ଯୁବତୀଙ୍କୁ ଆଜକୁ ୭ ବର୍ଷ ଧରି ପ୍ରେମ କରି ଆସୁଥିଲେ। କିଛି ଦିନ ପରେ ଯୁବତୀଙ୍କ ଅନୁପସ୍ଥିତିରେ ସଂପୃକ୍ତ ଯୁବକ ଅନ୍ୟତ୍ର ବିବାହ କରିଥିଲେ। ଫଳରେ ଯୁବତୀ ଜଣକ ମାନସଙ୍କ ଠାରୁ ଦୂରେଇ ରହିଥିଲେ। ମାତ୍ର ବିବାହ ପରେ ମଧ୍ୟ ମାନସ ସଂପୃକ୍ତ ଯୁବତୀ ଜଣକ ସହିତ ଜୋର ଜବରଦସ୍ତ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସଂପୃକ୍ତ ଯୁବତୀ ଜଣକ ଅନ୍ତସତ୍ତ୍ୱା ହେବା ଜାଣିବା ପରେ ମଧ୍ୟ ଗର୍ଭ ନଷ୍ଟ ନ କରି ଛୁଆକୁ ଜନ୍ମ ଦେବା ପାଇଁ ମାନସ କହିଥିଲେ।

mahabir

ମାତ୍ର ସଂପୃକ୍ତ ଯୁବତୀ ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଲା ପରେ ସବୁ କିଛି ଓଲଟିଗଲା। ମାନସ ଆଉ ଧରା ଦେଇନଥିଲେ। ଫଳରେ ନ୍ୟାୟ ପାଇଁ ଯୁବତୀ ଜଣକ ମହାବିରୋଡ ଫାଣ୍ଡିରେ ଦ୍ୱାରସ୍ଥ ହୋଇଥିଲେ। ମାତ୍ର ନ୍ୟାୟ ନ ମିଳିବାରୁ ନିଜର ଯୁବତୀ ଜଣକ ଝିଲ୍ଲୀ ଗ୍ରାମ ସ୍ଥିତ ମାନସ ବେହେରାଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଧାରଣାରେ ସେ ବସି ରହିବେ ଏବଂ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି। ତେବେ ମାନସଙ୍କ ପରିବାର ଲୋକେ ଘରେ ତାଲା ଝୁଲାଇ ଫେରାଇ ହୋଇଥିବା ଖବର ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.