ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌, ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ

ଜଳେଶ୍ୱର(କେନ୍ୟୁଜ): ଏଟିଏମ ଲୁଟ୍‌ ଘଟଣାରେ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍‌ । ରାୟ ଶୁଣାଇଲେ ବସ୍ତା ଜେମଏଫସି କୋର୍ଟ । ଗତ ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ସିଂଲା ଥାନା କାଣ୍ଡଗାଆଁ ସ୍ଥିତ ଏସବିଆଇ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ନେଇ ସିଂଲା ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତ୍ତି କରି ତତ୍କାଳୀନ ସିଂଲା ଥାନା ଅଧିକାରୀ ସୁବ୍ରତ ବେହେରା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ । ଖନ୍ତାପଡ଼ା ଥାନା ତାଳପଦା ଗାଁରୁ ଅଭିଯୁକ୍ତ ଭାସ୍କର ମାହାଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ବସ୍ତା ଜେଏମ୍‌ଏଫ୍‌ସି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୩ ବର୍ଷ ଦଣ୍ଡ ସହିତ ୩ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.