ଢେଙ୍କାନାଳ: ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲା, ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଲେ ପକ୍‌ସୋ କୋର୍ଟ

ଢେଙ୍କାନାଳ: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍‌। ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ପକ୍‌ସୋ କୋର୍ଟ। ଅଭିଯୁକ୍ତ ହେଉଛି ଢେଙ୍କାନାଳ ନିତ୍ୟାନନ୍ଦପୁର ଗ୍ରାମର ମଣ୍ଟୁଆ ମଲ୍ଲିକ। ନିହଲ ପ୍ରସାଦ ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ସେ ଅପହରଣ ପରେ ଦୁଷ୍କର୍ମ କରିଥିଲା। ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିଲେ ସ୍ୱତନ୍ତ୍ର ପି.ପି ସୁଲେମାନ ଖାଁ।