ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ୧୦ ହଜାର ଟଙ୍କା ଫାଇନ୍

କନ୍ଧମାଳ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ୧୦ ହଜାର ଟଙ୍କା ଫାଇନ୍ ।  ଫୁଲବାଣୀର ସ୍ଵତନ୍ତ୍ର ପକ୍ସୋ କୋର୍ଟ ଏହି ରାୟ ଦେଇଛନ୍ତି । ଫାଇନ୍ ଅନାଦେୟ ଅଧିକ ୧୩ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଅଞ୍ଚଳରେ ଅଭିଯୁକ୍ତ ବନମାଳି ପ୍ରଧାନ ୨୦୧୮ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା । ଘରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା ।  ଏକଥା ଜଣାପଡ଼ିବା ପରେ ଗତ ୨୦୨୨ ନଭେମ୍ବର ୧୯ ତାରିଖରେ ପରିବାର ଓ ନାବାଳିକା ପକ୍ଷରୁ ଟିକାବାଲି ଥାନାରେ ମାମଲା ରୁଜୁ ହୋଇଥିଲା । ୧୪ ଜଣ ସାକ୍ଷୀ , ମେଡିକାଲ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ପୋକ୍ପୋ କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ ଦେଇଛନ୍ତି । ଏହା ବ୍ଯତୀତ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ୬ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।.