ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯକ୍ତକୁ ୨୦ ବର୍ଷ ଜେଲ

ଯାଜପୁର ଟାଉନ : ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ  । ୨୦୨୨ ମସିହା ପାଣିକୋଇଲି ଥାନା ଅଞ୍ଚଳର ଜଣେ  ୧୫ ବର୍ଷୀୟ ନାବାଳିକାକୁ ଘରେ ଏକୁଟିଆ ଥିବା ସୁଯୋଗ ନେଇ ପାଣିକୋଇଲି ଥାନା ଅଞ୍ଚଳର  ଶାନ୍ତନୁ ଜେନା ପୀଡିତାଙ୍କ ଘରେ ପଶି ବାରମ୍ବାର ଦୁଷ୍କର୍ମ କରିଥିଲା ।

ସୂଚନାଯୋଗ୍ୟ, ଅଭିଯୁକ୍ତ ପୀଡିତାଙ୍କ ମାଙ୍କୁ ଧରମ ଭଉଣୀ କରି ଏକୁଟିଆ ସୁଯୋଗ ନେଇ  ବାରମ୍ବାର ଧର୍ଷଣ କରି ଆସୁଥିଲା ।  ଏ ନେଇ ପରିବାର ବର୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଆଜି ଏହି ମାମଲାର ଶୁଣାଣି କରି ୧୦ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ସହ ୩୦ ହଜାର ଜରିମାନା ରାୟ ଶୁାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଅଭିଜିତ ପଲାଇ । ଏଥି ସହିତ ଅନାଦୟ ୧୨ ମାସ ଅଧିକ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ  l

 

You might also like