ଯାଜପୁର ଟାଉନ୍ : ପ୍ରେମ ଜାଲରେ ଫସାଇ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜ଼ିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ । ୨୦୨୨ ମସିହା ମଙ୍ଗଳପୁର ଥାନା ଅଞ୍ଚଳର ୧୫ବର୍ଷୀୟ କଲେଜ ପଢୁଆ ନାବାଳିକା ଧର୍ମଶାଳା ଥାନା ବଡ଼ସାହି ଅଞ୍ଚଳର ରାକେଶ ମଲ୍ଲିକଙ୍କ ସହ ଫେସବୁକ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୋଇଥିଲା ।
ପରବର୍ତ୍ତି ସମୟରେ ଅଭିଯୁକ୍ତ ରାକେଶ ନାବାଳିକାକୁ ପ୍ରେମ ଜାଲରେ ଫସାଇ ଅପହରଣ କରି ପ୍ରଥମେ ଜଗତସିହପୁର ନେଇ ରଖିଲା । ପରେ ତାମିଲନାଡୁ ନେଇ ୫ ମାସ ରହି ଅନେକ ଥର ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ସଂପୃକ୍ତ ନାବାଳିକା ଦୁଷ୍କର୍ମର ଶିକାର ହେବାପରେ ତାର ପରିବାବର୍ଗଙ୍କୁ ଖବର ଦେଇଥିଲା ।
ଏ ନେଇ ପରିବାର ବର୍ଗ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ପୋଲିସ ତାମିଲନାଡୁରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ୧୦ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯକ୍ତଙ୍କୁ ୨୦ବର୍ଷ କାରାଦଣ୍ଡାଦେଶ ସହ ୧ଲକ୍ଷ ୫୦ ହଜାର ଜରିମାନା ରାୟ ଶୁାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ଵତନ୍ତ୍ର ପୋକ୍ସୋ ଜଜ ଅଭିଜିତ ପଲାଇ । ଏଥି ସହିତ ଅନାଦୟ ୨ବର୍ଷ ୬ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରିଥିଲେ l