ବାଲେଶ୍ଵର : ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୫ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ରାୟ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜଜ ରଞ୍ଜନ କୁମାର ସୁତାର । ୧୪ ଜଣ ସାକ୍ଷୀ ଓ ୨୩ ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।
ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଂଚଳରେରେ ଗତ ୧/୧ ୨/୨୩ ରେ ଘଟିଥିଲା ଏହି ଅଘଟଣ । ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ ଗଙ୍ଗାଧର ଜେନା ବିରୋଧରେ ସିମୁଳିଆ ଥାନାରେ ଅଭିଯୋଗ ହୋଇଥିଲା । ଛାତ୍ରୀ ଜଣକ ଶୌଚ ହେବାକୁ ପୋଖରୀ ନିକଟକୁ ଯାଇଥିବା ବେଳେ ଗଙ୍ଗାଧର ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।