ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌

ସମ୍ବଲପୁର : ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଜରିମାନା ଅନାଦୟ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ରହିଛି l ଅଇଁଠାପାଲି ଥାନା ଅନ୍ତର୍ଗତ କେନାଲପଡାରେ ସୁବାଷ ମୁଣ୍ଡା ନାମକ ଜଣେ ବ୍ୟକ୍ତି ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା । ଏହି ଅଘଟଣ ଘଟିଥିଲା ୨୦୨୦ ମସିହାରେ l ଆଜି ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ଏହାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି l ଜରିମାନା ଅନାଦୟ ଆଉ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ l