ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ମୟୁରଭଞ୍ଜ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଓ 15 ହଜାର ଟଙ୍କା ଜରିମାନା | ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ | ଏକ ଦୁଷ୍କର୍ମ ମାମଲାର ବିଚାର କରି ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ | ଅଭିଯୁକ୍ତ ଜଣକ ହେଲେ ରାସଗୋବିନ୍ଦପୁର ଥାନା ଅଧୀନ ବଧିମୁହ ଗ୍ରମାର ଶରତ ପରମାଣିକ | 10ମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ବିବାହର ପ୍ରଲଭୋନ ଦେଖାଇ ବାରମ୍ୱାର ଦୁଷ୍କର୍ମ କରୁଥିଵା ନେଇ ଗତ 2022 ମସିହା ଡିସେମ୍ୱର ମାସ 25 ତାରିଖରେ ନାବାଳିକା ଜଣକ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏପରିକି ନାବାଳିକାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖି ଅଭିଯୁକ୍ତ ନାବାଳିକାଙ୍କୁ ବାରମ୍ୱାର ଦୁଷ୍କର୍ମ କରି ଆସୁଥିଲେ | ଏହି ଘଟଣାରେ ରାସଗୋବିନ୍ଦପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା | ଏହି ମାମଲାର ବିଚାର କରି ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି |